ଆଜିଠୁ ଆରମ୍ଭ ହେଲା ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ ! ସେପଟେ ବାସି ପିଠା କହି କଟାକ୍ଷ କଲେ ଧର୍ମେନ୍ଦ୍ର ପ୍ରଧାନ ।

171

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ‘ପିଠା’ କାର୍ଯ୍ୟକ୍ରମ । ରାଜ୍ୟବାସୀଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ସଂପର୍କରେ ସଚେତନ କରାଇବା ସହିତ ହିତାଧିକାରୀଙ୍କୁ ସେମାନଙ୍କ ହକ୍ ସିଧାସଳଖ ପହଁଚାଇବା ହେଉଛି ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ  । ରାଜ୍ୟର ସମସ୍ତ ୩୧୪ ବ୍ଲକର ପ୍ରତ୍ୟେକ ପଂଚାୟତରେ ପ୍ରତି ମାସ ୧୫ରୁ ୨୦ ତାରିଖ ମଧ୍ୟରେ ଆୟୋଜନ କରାଯିବ ପିଠା କ୍ୟାମ୍ପ । ତେବେ ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଡ଼ା ସମାଲୋଚନା କରିବା ସହ ଏହି କାର୍ଯ୍ୟକ୍ରମକୁ ବାସି ପିଠା ଆଖ୍ୟା ଦେଇ କଟାକ୍ଷ କରିଛନ୍ତି ଧର୍ମେନ୍ଦ୍ର ।

ପିଠା କାର୍ଯ୍ୟକ୍ରମକୁ ସଫଳ କରି ଲୋକଙ୍କ ନିକଟତର ହେବାକୁ ପଂଚାୟତ ସ୍ତରରେ ସରକାର ଜୋରଦାର ଉଦ୍ୟମ କରୁଛନ୍ତି । ହେଲେ ଏଥିରେ ରାଜନୀତିର ଗନ୍ଧ ବାରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କଡ଼ା ସମାଲୋଚନା କରିବା ସହ ଏହି କାର୍ଯ୍ୟକ୍ରମକୁ ବାସି ପିଠା ଆଖ୍ୟା ଦେଇ କଟାକ୍ଷ କରିଛନ୍ତି ଧମେନ୍ଦ୍ର । ସେପଟେ ଆମ ଗାଁ ଆମ ବିକାଶ ଓ ପିଠା କାର୍ଯ୍ୟକ୍ରମକୁ ବିରୋଧ କରି କଳାଦିବସ ପାଳନ କରିବ ବୋଲି କହିଛି କଂଗ୍ରେସ । ୨୦୧୯ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୈତିକ ବାତାବରଣ ସେତିକି ଉଷୁମ ହେବାରେ ଲାଗିଛି । ଗୋଟିଏ ପଟେ ବିଭିନ୍ନ ଲୋକାଭିମୁଖୀ ଯୋଜନା ଉପରେ ଶାସକ ଦଳ ଆଖି ରଖିଥିବା ବେଳେ ବିରୋଧୀ କିନ୍ତୁ ସମାଲୋଚନା ଓ ଅଭିଯୋଗର ପାହାଡ଼ ଠିଆ କରୁଛନ୍ତି ।