ଥମୁନି ଚାଷୀ ଆନ୍ଦୋଳନ : ଆନ୍ଦୋଳନ ଯୋଗୁ ଅର୍ଥନୀତି ସଂକଟରେ; ଦିନକୁ କ୍ଷତି ହେଉଛି ୩୫ ଶହ କୋଟି

620

କନକ ବ୍ୟୁରୋ : କୃଷକ ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ପ୍ରଭାବିତ ହୋଇଛି । ଏହା କହିଛି ବାଣିଜ୍ୟ ଓ ଶିଳ୍ପ ସଂସ୍ଥ. ଆସୋଚାମ । ଆସୋଚାମର କହିବା ଅନୁସାରେ,  ଆନ୍ଦୋଳନ ଯୋଗୁଁ ଦେଶର ଅର୍ଥନୀତି ଗଭୀର ପ୍ରଭାବିତ ହୋଇଛି ।  ଦିନକୁ  ପ୍ରାୟ ୩୫ ଶହ କୋଟି କ୍ଷତି ହେଉଛି ।  କୃଷକଙ୍କ ଆନ୍ଦୋଳନ ପ୍ରାୟ ୩ ସପ୍ତାହ ହେଲା ଚାଲିଛି । ଆଉ ୨୧ ଦିନରେ  ୭୫ ହଜାର କୋଟି ଟଙ୍କା କ୍ଷତି ସହିବାକୁ ପଡିଲାଣି । କୃଷି ଆଇନ ନେଇ ଆନ୍ଦୋଳନ ଚାଲିଥିବାକୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ।  ସରକାର ଓ ଚାଷୀ ନିଜ ନିଜ ଆନ୍ଦୋଳନରେ ଅଟଳ ରହିଛନ୍ତି । ଫଳରେ ଆନ୍ଦୋଳନ ପ୍ରତ୍ୟାହାର ବର୍ତମାନ କମ ଦେଖାଯାଉଛି । ବିଶେଷକରି ଉତରଭାରତ ଏହାଦ୍ୱାରା ଗଭୀର ପ୍ରଭାବିତ ହୋଇଛି । ପଞ୍ଜାବ, ହରିୟାଣାଓ ହିମାଚଳ ଅର୍ଥନୀତି ଉପରେ ଏହି ଆନ୍ଦୋଳନର ଗଭୀର ପ୍ରଭାବ ପଡିଛି ।

ସେପଟେ ଚାଷୀ ଆନ୍ଦୋଳନକୁ ନେଇ ଆଜି ସୁପ୍ରିମକୋର୍ଟରେ ବି ଶୁଣାଣି ହେବ ।  ପ୍ରଧାନବିଚାରପତିଙ୍କ ସମେତ ୩ ଜଣଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହାର ଶୁଣାଣି କରିବେ । ଚାଷୀ ଆନ୍ଦୋଳନକୁ ନେଇ ସୁପ୍ରିମକୋର୍ଟରେ ୩ଟି ମାମଲା ଦାୟର ହୋଇଛି । ଗୋଟିଏ ଆବେଦନରେ ଆନ୍ଦୋଳନ ବନ୍ଦ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରାଯାଇଛି । ଏହି ଆବେଦନରେ କୁହାଯାଇଛି ଯେ, ଏଭଳି ଆନ୍ଦୋଳନ ଦ୍ୱାରା କରୋନା ସଂକ୍ରମଣ ବଢିବା ସମ୍ଭାବନା ରହିଛି ।  ଜୁରୀର କାଳୀନ ସେବା ବି ବାଧାପ୍ରାପ୍ତ ହେଉଛି ।  ଅନ୍ୟ ଏକ ଆବେଦନରେ କୃଷକଙ୍କ ଦାବି ଉପରେ ବିଚାର କରିବାକୁ କୋର୍ଟ ଦିଅନ୍ତୁ ବୋଲି ଅନୁରୋଧ କରାଯାଇଛି ।