କନକ ବ୍ୟୁରୋ : ୩୦ ଜିଲ୍ଲାକୁ ଛୁଇଁଲାଣି ଡେଙ୍ଗୁ । ଗତବର୍ଷ ତୁଳନାରେ ବର୍ତମାନ ପିକ୍ ପିରିୟଡ ଚାଲିଛି । ସେପ୍ଟେମ୍ବର ମାସ ଯାଏଁ ଏହି ପିକ୍ ପିରିୟଡ ଚାଲିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଂଜନ ମିଶ୍ର । କ୍ୟାପିଟାଲ ହସ୍ପିଟାଲର ଲୋଡ଼ କମାଇବା ପାଇଁ ଅନ୍ୟ ଜାଗାରେ ହେବ ଡେଙ୍ଗୁ ପରୀକ୍ଷା । ଆସନ୍ତା ୨ରୁ ୩ ଦିନ ଭିତରେ ଆରମ୍ଭ ହେବ ଡେଙ୍ଗୁ ପରୀକ୍ଷା । କ୍ୟାପିଟାଲ ହସ୍ପିଟାଲ, ଆରଏମଆରସି, ନୟାପଲ୍ଲୀରେ ଉପଲବ୍ଧ ହେବ ଏହି ଟେଷ୍ଟ ।

Advertisment

ଡେଙ୍ଗୁ ୪ ପ୍ରକାରର ରହିଥିବା ବେଳେ ଏବେ ଟାଇପ-୨ ଚାଲିଛି । ଲୋକଙ୍କୁ ଆତଙ୍କିତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ । ଅନ୍ୟପଟେ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ବେଳେ ଆରଏମଆରସିରେ ସଂକ୍ରମିତ ରକ୍ତ ନମୁନା ସିକ୍ୟୁଏନସିଂ ହୋଇଛି । ୭୦ ପ୍ରତିଶତ ନମୂନା ଡେଙ୍ଗୁ-୨ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆରଏମଆସି ନିର୍ଦ୍ଦେଶିକା ସଂଘମିତ୍ର ପତି ।