ଆଜି ତୁର୍କୀରେ ୟୁକ୍ରେନ-ରୁଷ ମଧ୍ୟରେ ବୈଠକ । ଯୁଦ୍ଧ ସମାପ୍ତି ସହ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା ।

132

କନକ ବ୍ୟୁରୋ : ଆଜି ଏବଂ ବୁଧବାର ତୁର୍କିରେ ୟୁକ୍ରେନ ଏବଂ ଋଷ ମଧ୍ୟରେ ବୈଠକ ବସିବ । ଏହି ବୈଠକରୁ ଯୁଦ୍ଧର ସମାପ୍ତି ନେଇ ଦୁଇ ପକ୍ଷ ଆଲୋଚନା କରିବେ ବୋଲି ସୂଚନା ରହିଛି । ନିକଟରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି କହିଥିଲେ ରୁଷ ସହିତ ଶାନ୍ତି ବାର୍ତ୍ତା ପାଇଁ ୟୁକ୍ରେନ ରାଜି । କିନ୍ତୁ ଇଞ୍ଚେ ଜାଗା ଛାଡିବେ ନାହିଁ ।

ସେପଟେ ଦ୍ୱିତୀୟ ଥର ପାଇଁ ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିରି ଜେଲେନସ୍କିଙ୍କୁ ହତ୍ୟା କରିବା ପାଇଁ ଷଡଯନ୍ତ୍ର ହୋଇଥିଲା ବୋଲି ୟୁକ୍ରେନର ପ୍ରମୁଖ ଗଣମାଧ୍ୟମ କିଭ୍ ପୋଷ୍ଟ ଦାବି କରିଛି । ସ୍ଲୋଭାକିଆର- ହଙ୍ଗେରୀ ସୀମାରୁ ୨୫ ଜଣ ସନ୍ଦିଗ୍ଧଙ୍କୁ ଧରା ହୋଇଛି । ଏମାନେ ଜେଲେନସ୍କିଙ୍କୁ ହତ୍ୟା କରିବାକୁ ଆସିଥିଲେ ବୋଲି ଦାବି କରିଛି କିଭ୍ ପୋଷ୍ଟ । ଏହା ପୂର୍ବରୁ ମାର୍ଚ୍ଚ ୪ରେ ‘ଦ ଟାଇମ୍ସ’ ମଧ୍ୟ ଏକ ସମାନ ଖବର ପ୍ରକାଶ କରିଥିଲା । ଫେବୃଆରୀ ଶେଷ ସପ୍ତାହରେ ଜେଲେନସ୍କିଙ୍କୁ ତିନି ଥର ହତ୍ୟା କରିବାକୁ ଉଦ୍ୟମ ହୋଇଥିଲା ବୋଲି ଖବର ପ୍ରକାଶ ପାଇଥିଲା । ଫେବୃଆରୀ ୨୪ରେ ରୁଷ ୟୁକ୍ରେନ ଉପରେ ଆକ୍ରମଣ କରିଥିଲା ।