କନକ ବ୍ୟୁରୋ: ଆଜି ସପ୍ତମ ଦିନରେ ସ୍ୱାଭିବକ ରହିଛି ବିଧାନସଭା ପ୍ରଶ୍ନକାଳ । ଏହି କ୍ରମରେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ପ୍ରଶ୍ନର ଉଥ୍ତର ରଖିଛନ୍ତି ଯୋଗାଣମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ବୟସାଧିକ୍ୟ ଲୋକଙ୍କୁ ପିଡିଏସ୍ ସମାଗ୍ରୀ ପହଞ୍ଚାଇବାକୁ ସରକାର କରିବାକୁ ଥିବା ଯୋଜନା ବିଷୟରେ ରଖିଛନ୍ତି ଟପ୍ପଣୀ ।

Advertisment

ମନ୍ତ୍ରୀ କହିଛନ୍ତି, ଯେଉଁମାନେ ପିଏଏସ୍ ଚାଉଳ ନେବାକୁ ପଞ୍ଚାୟତ ଅଫିସ ଆସିପାରୁନାହାନ୍ତି ସେମାନଙ୍କ ଘରେ ଚାଉଳ ପହଞ୍ଚାଇବାକୁ ବ୍ୟବସ୍ଥା କରୁଛନ୍ତି ରାଜ୍ୟ ସରକାର । ସେହିଭଳି ଯେଉଁମାନଙ୍କ ବୟସାଧିକ୍ୟ କାରଣରୁ ଟିପ ଚି଼ହ୍ନ ଦେଇପାରୁନାହାଁନ୍ତି ସେମାନଙ୍କ ପାଇଁ ସ୍ୱତନ୍ତ୍ର ଆପ୍ ଆଣିବେ ସରକାର । ସେମାନଙ୍କ ପାଖକୁ ଯାଇ ସେମାନଙ୍କଠାରୁ ବାୟୋମେଟ୍ରିକ୍ସ ଗ୍ରହଣ କରାଯିବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

ଏହାପରେ ତତ୍କାଳୀନ ବିଜେଡି ସରକାରଙ୍କ ବିରୁଦ୍ଧରେ ବିଧାନସଭାରେ ସାଙ୍ଘାତିକ ଅଭିଯୋଗ ଆଣିଲେ ମନ୍ତ୍ରୀ । କହିଲେ, ବିଜେଡି ସରକାରଙ୍କ ଅମଳରେ ଧନୀ ଲୋକ ନେତାଙ୍କୁ ହାତ କରି ନିଜ ନିଜ ପାଇଁ ରାସନ କାର୍ଡ କରିନେଇଛନ୍ତି । ଏବେ ଏହା ବିରୋଧରେ ପଦକ୍ଷେପ ନିଆଯିବ । ଉଚିତ ହିତାଧିକାରୀଙ୍କୁ ରାସନକାର୍ଡ ଦିଆଯିବା ସହ ଧନୀକ ଲୋକଙ୍କ ରାସନକାର୍ଡ କାଟ୍ କରାଯିବ ।