କନକ ବ୍ୟୁରୋ : ପଶ୍ଚିମବଙ୍ଗକୁ ପିଡିଏସ ଚୋରା ଚାଲାଣ ବେଳେ ଧରିଲା ପୋଲିସ । ବାଲେଶ୍ୱରରୁ ପଶ୍ଚିମବଙ୍ଗକୁ ୩୫ କ୍ୱିଣ୍ଟାଲ ଚାଉଳ ଚାଲାଣ ହେଉଥିବା ଖବର ପାଇଁ ରୁପସା ପୋଲିସ ଜବତ କରିଛି । ଚାଉଳ ଚାଲାଣ ହେଉଥିବା ପିକଅପ ଭ୍ୟାନକୁ ପୋଲିସ ଜବତ କରିଛି । ଗତକାଲି ସନ୍ଧ୍ୟାରେ ଏକ ପିକଅପ ଭ୍ୟାନରେ ପିଡିଏସ ଚାଉଳ ଚାଲାଣ ହେଉଥିବା ଖବର ପାଇଥିଲା ପୋଲିସ । ୬୦ ନମ୍ବର ଜାତୀୟ ରାଜପଥରେ ରୁପସା ନିକଟରେ ଅଟକାଇଥିଲେ । ଗାଡିର କାଗଜପତ୍ର ଯାଞ୍ଚ କରିବା ସମୟରେ ଡ୍ରାଇଭର ଓ ହେଲପର ସେଠାରୁ ଫେରାର ହୋଇଯାଇଥିଲେ । ପୋଲିସ ପିକଅପ ଭ୍ୟାନକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ଧରାପଡ଼ିଲା ପିଡ଼ିଏସ୍ ଚାଉଳ : ଉଠିଲା ପ୍ରଶ୍ନ, କିଏ କାହିଁକି ପଠାଉଥିଲା ଚାଉଳ
/kanak/media/post_attachments/wp-content/uploads/2023/10/12-11.jpg)