ରାତି ଅଧରେ ପିଡିଏସ୍ ଚାଉଳ ଲୁଟ୍ । ଚାଉଳ ଟ୍ରକ୍ ଅଟକାଉ ଗାଁ ଲୋକ ବୋହିନେଲେ ବସ୍ତା ବସ୍ତା ଚାଉଳ । ବାଲେଶ୍ୱର ଖଇରା ବ୍ଲକ ଘଟଣା ।

135

କନକ ବ୍ୟୁରୋ: ରାତି ଅଧରେ ପିଡିଏସ ଚାଉଳ ଲୁଟ୍ । ବାଲେଶ୍ୱର ଖଇରା ବ୍ଲକ ଝିଙ୍କିରିଆ ଗାଁରେ ପିଡିଏସ ଚାଉଳ ଲୁଟିନେଲେ ଗାଁଲୋକ । ଚାଉଳ ଦେବାକୁ ଆସିଥିବା ଗାଡ଼ି ଅଟକାଇ ନେଇଗଲେ ଚାଉଳ । ଘଟଣାକୁ ଡ୍ରାଇଭର ପ୍ରତିବାଦ କରିବାରୁ ଗାଡ଼ି ଜାଳିଦେବାକୁ ଦେଲେ ଧମକ । ଗତକାଲି ସଂଧ୍ୟା ୫ଟା ସମୟରେ ଗାଁକୁ ଗାଡ଼ି ଆସିବା ବେଳେ ସରପଞ୍ଚ ପ୍ରତିନିଧି କୈଳାଶ ମାଝୀ କିଛି ଲୋକଙ୍କୁ ଏକାଠି କରି ଡ୍ରାଇଭରକୁ ଡରାଇ ଧମକାଇ ଗାଡ଼ି ଚାବି ନେଇଯାଇଥିଲେ । ପରେ ରାତିରେ ଅଧିକ ଲୋକ ଠୁଳ ହୋଇ ପିଡିଏସ ଚାଉଳ ନେଇଯାଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ଘଟଣା ସ୍ଥଳରେ ବିବାଦୀୟ ପରିସ୍ଥିତି ଉପୁଜି ଥିବାବେଳେ ଚାଉଳ ଯୋଗାଣକାରୀ ପୋଲିସର ସହାୟତା ଲୋଡ଼ିଛନ୍ତ