କନକ ବ୍ୟୁରୋ: ଯୋଗ୍ୟ ହିତାଧିକାରୀ କେମିତି ଚାଉଳ ପାଇବେ ତାହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଖାଦ୍ୟ ସୁରକ୍ଷା ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ଅପେକ୍ଷା ବର୍ଷ ବର୍ଷ ଧରି ଭୂତ ନାଁରେ ଚାଉଳ ଯାଉଥିବା ଦେଖିବାକୁ ମିଳିଛି । ରାୟଗଡ଼ାରେ ବର୍ତ୍ତମାନ ସୁଦ୍ଧା ୪୨ ହଜାରରୁ ଉର୍ଦ୍ଧ୍ୱ ଭୂତ ହିତାଧିକାରୀଙ୍କ ନାଁ କାଟିଛି ଯୋଗାଣ ବିଭାଗ। ଆଗକୁ ମଧ୍ୟ ପ୍ରକିୟା ଜାରି ରହିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାର।

Advertisment

ଯୋଗ୍ୟ ହିତାଧିକାରୀ କେମିତି ଚାଉଳ ପାଇବେ ତାହାକୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଥିଲା ଖାଦ୍ୟ ସୁରକ୍ଷା ଯୋଜନା । ହେଲେ ପ୍ରକୃତ ହିତାଧିକାରୀ ଅପେକ୍ଷା ବର୍ଷ ବର୍ଷ ଧରି ଭୂତ ନାଁରେ ଚାଉଳ ଯାଉଥିବା ଦେଖିବାକୁ ମିଳିଛି । ରାୟଗଡ଼ାରେ ବର୍ତ୍ତମାନ ସୁଦ୍ଧା ୪୨ ହଜାରରୁ ଉର୍ଦ୍ଧ୍ୱ ଭୂତ ହିତାଧିକାରୀଙ୍କ ନାଁ କାଟିଛି ଯୋଗାଣ ବିଭାଗ। ଆଗକୁ ମଧ୍ୟ ପ୍ରକିୟା ଜାରି ରହିବା ନେଇ ସୂଚନା ଦେଇଛନ୍ତି ଜିଲ୍ଲା ଯୋଗାଣ ଅଧିକାର।

ବର୍ଷ ବର୍ଷ ଧରି ଭୂତଙ୍କ ନାଁରେ ଉଠୁଥିଲା ଚାଉଳ। ବାରମ୍ବାର ଅଭିଯୋଗ ସତ୍ତ୍ବେ ନିଆଯାଉନଥିଲା କର୍ଯ୍ୟାନୁଷ୍ଠାନ। ତେବେ ଯୋଗାଣ ମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ ପରେ ଏବେ ଭୂତ ରାସନ କାର୍ଡ ଧାରୀଙ୍କ ନାଁ କଟାଯିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଅଙ୍ଗନବାଡି ଦିଦି, ଆଶାଦିଦି, ସରପଞ୍ଚ, ପିଇଓ ଓ ସ୍ୱାସ୍ଥ୍ୟ ବିଭାଗରୁ ଡେଥ୍ ସାର୍ଟିଫିକେଟ୍ ଆଣି ଭୂତ ହିତାଧିକାରୀଙ୍କ ନାଁ କଟାଯାଉଛି। କେବଳ ସେତିକି ନୁହେଁ ସୂଲଭ ମୂଲ୍ୟ ଦୋକାନ କର୍ମଚାରୀ ମଧ୍ୟ ନିଜ ନିଜ ୱାର୍ଡରେ ବୁଲି ବୁଲି ତଥ୍ୟ ସଂଗ୍ରହ କରି ଦେବା ପରେ ନାଁ କଟାଯାଉଥିବା କିହିଛନ୍ତି ରାୟଗଡ଼ା ଜିଲ୍ଲା ଯୋଗାଣ ବିଭାଗ ଅଧିକାରୀ। ସେପଟେ ଖୁବଶୀଘ୍ର ପ୍ରକୃତ ହିତାଧିକାରୀଙ୍କ ନାଁ ଯୋଡ଼ିବାକୁ ଦାବି କରିଛନ୍ତି ଲୋକେ।

ଯୋଗାଣ ବିଭାଗର ତଥ୍ୟ ଅନୁସାରେ, ରାୟଗଡା ଜିଲ୍ଲାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍‌ରେ ମୁଣ୍ଡପିଛା ଓ ଅନ୍ତୋର୍ଦୟକୁ ମିଶାଇ ୨ଲକ୍ଷ ୪୭ ହଜାର ୬୦ଟି ରାସନ କାର୍ଡ ଅଛି। ସେଥିରୁ ୮ଲକ୍ଷ ୨୪ହଜାର ୭୮୬ ପରିବାର ଉପକୃତ ହେଉଛନ୍ତି। ସେହିପରି ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ଅଧୀନରେ, ୫ ହଜାର ୪୦୯ଟି ରାସନକାର୍ଡ ଥିବା ବେଳେ ସେଥିରୁ ମୋଟ ୧୬ ହଜାର ୩୦୪ ପରିବାର ଉପକୃତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୪୨ ହଜାର ୬୨୭ ଜଣ ଭୂତ ହିତାଧିକାରୀଙ୍କ ନାଁକୁ କଟାଯାଇଛି। ଅର୍ଥାତ ମୁଣ୍ଡ ପିଛା ୫କେଜି ହିସାବରେ ମୋଟ ୨ଲକ୍ଷ ୧୩ହଜାର ୧୩୫ କେଜି ଚାଉଳ ନେଉଥିଲେ ଭୂତ ହିତାଧିକାରୀ। ତେବେ ଆଗକୁ ଏହି ପ୍ରକ୍ରିୟା ଚାଲୁ ରହିବ ବୋଲି ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୁହାଯାଇଛି।
କେବଳ ରାୟଗଡ଼ା ନୁହେଁ, ବାକି ଜିଲ୍ଲାରେ ଏହି ପ୍ରକ୍ରିୟା ଜାରି ରହିଥିବା ଜଣାପଡ଼ିଛି।