ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ଲକ୍ଷ ହିତାଧିକାରୀ । ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ପରେ ମିଳିବ ୩ମାସର ଅଗ୍ରୀମ ପିଡିଏସ୍ ସାମଗ୍ରୀ

ଲୋକଙ୍କୁ ବିବ୍ରତ ନହେବାକୁ ମନ୍ତ୍ରୀଙ୍କ ପରାମର୍ଶ

2,196

କନକ ବ୍ୟୁରୋ: ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେବେ ଆଉ ୫ ଲକ୍ଷ ହିତାଧିକାରୀ । ଏହି ସୂଚନା ଦେଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ବର୍ତ୍ତମାନ ଓଡିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅନୁସାରେ ୩ କୋଟି ୬୨ ଲକ୍ଷ ହିତାଧିକାରୀ ଲାଭବାନ ହେଉଛନ୍ତି । ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ୪ ଲକ୍ଷ ହିତାଧିକାରୀ ପିଡିଏସ ସାମଗ୍ରୀ ପାଉଛନ୍ତି ।

ଏବେ ୫ ଲକ୍ଷ ନୂଆ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ ରାଜ୍ୟର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀଙ୍କ ସଂଖ୍ୟା ୯ ଲକ୍ଷ ହେବ । ଖାଦ୍ୟ ଯୋଗାଣମନ୍ତ୍ରୀ କହିଛନ୍ତି ନୂଆ ହିତାଧିକାରୀଙ୍କୁ ସାମିଲ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ହୋଇସାରିଛି । ମୁଖ୍ୟମନ୍ତ୍ରୀ ଅନୁମୋଦନ କରିବା ପରେ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ୩ ମାସର ଅଗ୍ରୀମ ପିଡିଏସ ଥରକରେ ଦିଆଯିବ । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ରହିଛି । ତେଣୁ ଲୋକେ ବିବ୍ରତ ନହେବା ପାଇଁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ ରାଜା ସ୍ୱାଇଁ ।