ଭୋକରେ ମରିବୁ ପଛେ ଭୂତାଣୁରେ ମରିବୁ ନାହିଁ: ପିଡିଏସ ସାମଗ୍ରୀ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥାକୁ ବିରୋଧ । ମେସିନରେ ଟିପ ଦେବାକୁ ଡରୁଛନ୍ତି ହିତାଧିକାରୀ । କରୋନା ସଂକ୍ରମଣ ବଢିପାରେ ବୋଲି କରୁଛନ୍ତି ଆଶଙ୍କା, ଏପଟେ ସରକାରୀ ନିଷ୍ପତ୍ତିରୁ ବିରୋଧ କରି ଡିଲର ସଂଘର ବିକ୍ଷୋଭ ।

505

କନକ ବ୍ୟୁରୋ: ଭୋକରେ ମରିବୁ ପଛେ ଭୂତାଣୁରେ ମରିବୁ ନାହିଁ । ପିଡିଏସ ପାଇଁ ବାୟୋମେଟ୍ରିକ ବ୍ୟବସ୍ଥାକୁ ପ୍ରବଳ ବିରୋଧ । ମେସିନରେ ଟିପ ଦେବୁନି କି ରାସନ ନେବୁନି । ଭୋକରେ ରହିବୁ ପଛେ ଘରକୁ କରୋନା ଭୂତାଣୁ ନେବୁ ନାହିଁ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଥିବା ପିଡିଏସ ସାମଗ୍ରୀ ନେବାକୁ ଲୋକଙ୍କ ଧାଡି ଲାଗିଲା । ମୁହଁରେ ମାସ୍କ ପିନ୍ଧି, ସାମାଜିକ ଦୂରତା ରଖି ଘଂଟା ଘଂଟା ଧରି ଠିଆ ହୋଇ ରାସନ ନନେଇ ଖାଲି ଖାଲି ଘରକୁ ଫେରିଗଲେ ହିତାଧିକରୀ । ସେମାନଙ୍କ ଅଭିଯୋଗ ହେଲା ଗୋଟିଏ ମେସିନରେ ୬ ଶହ ହିତାଧିକାରୀ ଟିପ ଦେଉଥିବାବେଳେ ଏହାକୁ କାହିଁକି ସାନିଟାଇଜ କରାଯାଉନାହିଁ ।

କଟକ ଜିଲ୍ଲା ନିଆଳି ବ୍ଲକ ବିନିଶପୁର ପଚାଂୟତର କୁଞିଆପାଟଣା ଗାଁ ସରକାରୀ ଖୁଚୁରା ବିକ୍ରୟ କେନ୍ଦ୍ରରେ ଏହିଭଳି ଅଭାବନୀୟ ପରିସ୍ଥିତି ଦେଖା ଦେଇଛି । ନିଆଳି ବ୍ଲକରେ କରୋନା ପଜିଟିଭ ଚିହ୍ନଟ ହେବାପରେ ବାୟୋମାଟ୍ରିକ ବ୍ୟବସ୍ଥାରେ ଟିପ ଦେବାକୁ ଡର ଲାଗୁଥିବା କହିଛନ୍ତି ହିତାଧିକାରୀ । ଡିଲର ୨ଦିନ ହେଲା ରାସନ ସାମଗ୍ରୀ ଉଠାଇ ଡିଲର ପଏଂଟରେ ରଖିଛନ୍ତୁ । ହେଲେ ହିତାଅଧିକା ରାସନ ସାମଗ୍ରୀ ପାଇଁ ଆସି ମେସିନରେ ଟିପ ଦେବା ସୁଣି ଘରକୁ ଫେରିଯାଉଛନ୍ତି । ଦସ୍ତଖତ ରଖି ରାସନ ସାମଗ୍ରୀ ଦେବାପାଇଁ ସେମାନେ ଦାବି କରୁଛନ୍ତି ।

ଏପଟେ ୭ ଦିନ ହେଲାଣି ଭୁବନେଶ୍ୱରରେ ଖାଉଟି ପାଉନାହାନ୍ତି ରାସନ ସାମଗ୍ରୀ । ପୂର୍ବରୁ ଭୁବନେଶ୍ୱରରେ କମ କରୋନା ରୋଗୀ ଥିବା ବେଳେ ବିନା ବାଇଓମେଟ୍ରିକରେ ସାମଗ୍ରୀ ଦିଆଯାଉଥିଲା । ବର୍ତମାନ କରୋନା ରୋଗୀ ବଢୁଥିବା ବେଳେ ବାଇଓମେଟ୍ରିକରେ ଟିପ ଦେଇ ରାସନ ନେବାକୁ ସରକାର ବାଧ୍ୟ କରୁଛନ୍ତି । ସେହିପରି ହିତାଧିକାରୀଙ୍କ ଆଇରିସ ସ୍କାନକୁ ବାଧ୍ୟତାମୂଳକ କରାଯାଇଛି । ଏହାକୁ ବିରୋଧ କରି ପ୍ରତିବାଦକୁ ଓହ୍ଲାଇଛନ୍ତି କଂଟ୍ରୋଲ ଦୋକାନୀ । ନିଜ ଜୀବନ ବଂଚାଇବା ସହ ସପୁର ସ୍ର୍ପ୍ରେଡର ନକରିବାକୁ ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ।

ରାଜଧାନୀରେ ରହିଛି ମୋଟ୍ ୧୦୮ଟି କଂଟ୍ରୋଲ ଦୋକାନ । ସରକାରଙ୍କୁ ପୂର୍ବର ଏନେଇ ଅବଗତ କରିଥିଲେ ମଧ୍ୟ କୌଣସି ଲାଭ ମିଳିନାହିଁ । ତେଣୁ କଂଟ୍ରୋଲ ଦୋକାନୀମାନେ ଚଳିତ ମାସ ୧ ତାରିଖରୁ କୌଣସି ସାମଗ୍ରୀ ହିତାଧିକାରୀଙ୍କୁ ଦେଉନାହାନ୍ତି । ବାୟୋମାଟ୍ରକ ବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ।