ଆତଙ୍କବାଦୀଙ୍କ ସହ ସଂପର୍କ ରଖିବା ଅଭିଯୋଗରେ ପିଡିପି ନେତା ଗିରଫ୍ । ନିଲମ୍ବିତ ଡିଏସପି ଦେବିନ୍ଦରଙ୍କ ସହ ଥିଲା ସଂପର୍କ

134

କନକ ବ୍ୟୁରୋ : ରାଷ୍ଟ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ଏନ୍ ଆଇ ଏ ଦ୍ୱାରା ଆଜି (ବୁଧବାର) ଜଣେ ପିଡିପି ନେତା ଗିରଫ୍ ହୋଇଛନ୍ତି । ପିଡିପିର ଯୁବନେତା ୱାହିଦ ଓରଫ୍ ରେହେମାନ ପାରାଙ୍କୁ ଗିରଫ୍ କରାଯାଇଛି । ଦୁଇଦିନର ପଚରା ଉଚରା ପରେ ତାଙ୍କୁ ଗିରଫ୍ କରିଛି ଏନଆଇଏ । ପାରାଙ୍କୁ ସୋମବାର ଦିନ ଏନଆଇ ଦିଲ୍ଲୀ ମୁଖ୍ୟ କାର୍ଯ୍ୟାଳୟକୁ ଆଣି ଜେରା କରିଥିଲା । କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କାଶ୍ମୀରରେ ହେବାକୁ ଥିବା ଜିଲ୍ଲା ପରିଷଦ ନିର୍ବାଚନ ପାଇଁ ପାରା ନାମାଙ୍କନପତ୍ର ଦାଖଲ କରିଥିଲେ । ସେ ଏବେ ଗଠନ ହୋଇଥିବା ଗୁପକାର ସଂଗଠନର ସଦସ୍ୟ ବି ଥିଲେ ।
ଦକ୍ଷୀଣ କାଶ୍ମୀର ମୁଖ୍ୟତ ଆତଙ୍କବାଦରେ ପ୍ରଭାବିତ ପୁଲୱାମା ରେ ପାରା ପୁର୍ନଉଦ୍ଧାରରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିବା ପାରା ସରକାରୀ ଗଣମାଧ୍ୟମ ପିଟିଆଇକୁ କହିଛନ୍ତି କି ଏନଆଇଏ ତାଙ୍କୁ ତାଙ୍କର ରାଜନୈତିକ କ୍ୟାରିଅର ଓ ପିଡିପିର ରାଜନୀତି ବାବଦରେ ପଚାରି ଥିଲେ । ପାରାଙ୍କୁ ପ୍ରଥମଦିନ ଏନଆଇଏ ପାଖା ପାଖି ୭ ଘଂଟା ଜେରା କରିଛି ।
ଜମ୍ମୁ-କାଶ୍ମୀର ନିଲମ୍ବିତ ଡିଏସପି ଦେବୀନ୍ଦର ସିଂ ମାମଲା ସହ ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । ଏହାସହିତ ଗିରଫ୍ ହୋଇଥିବା ହଜ୍ଜିବୁଲ ଆତଙ୍କବାଦୀ କମାଣ୍ଡର ନିବିଡ ବାବୁର ସହଯୋଗୀ ଇରଫାନ୍ ମୀର ସହିତ ସଂପର୍କ ଥିବା ନେଇ ବି ଅଭିଯୋଗ ହୋଇଥିଲା । ଏନଆଇଏ ଦ୍ୱିତୀୟ ଦିନ ଜେରା ବେଳେ ପାରାକୁ ଦେବୀନ୍ଦର ସିଂଙ୍କ ଆର୍ଥିକ କାରବାର ଉପରେ ପଚରା ଉଚରା କରିଥିଲା । ଏନେଇ କିଛି ସୁରାଗ ପାଇବା ପରେ ପାରାଙ୍କୁ ଗିରଫ୍ କରାଯାଇଥିବା ସୂଚନା ମିଳିଛି ।
କହିରଖୁ କି ଚଳିତବର୍ଷ ଆରମ୍ଭରେ ଜମ୍ମୁ-କାଶ୍ମୀର ଡିଏସପି ଦେବୀନ୍ଦର ସିଂ ୨ ଜଣ ହଜ୍ଜିବୁଲ ଆତଙ୍କବାଦୀଙ୍କ ସହ ଏକ ଗାଡିରେ ଶ୍ରୀନଗର ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳିଥିଲା । ଏହାପରେ ତାଙ୍କୁ ଗିରଫ୍ କରାଯାଇଥିଲା । ଏହାପରେ ଦେବୀନ୍ଦରଙ୍କ ସହ ସଂପର୍କରେ ଥିବା ବିଜେପି ନେତା ତାରିକ୍ ମୀରକୁ ଆତଙ୍କୀ ନାବେଦକୁ ଅସ୍ତ୍ର ଶସ୍ତ୍ର ଯୋଗାଉଥିବା ଅଭିଯୋଗରେ ଗିରଫ୍ କରାଯାଇ ପଚରା ଉଚରା ବେଳେ ସେ ପାରାଙ୍କ ନାମ କହିଥିଲା ।