ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ

Advertisment
ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ

କନକ ବ୍ୟୁରୋ : ଓଡିଶା ଜଙ୍ଗଲରେ କଳାବାଘ । ବନ ବିଭାଗର ଟ୍ରାପ କ୍ୟାମେରାରେ ଏକ କଳାବାଘର ଦୃଶ୍ୟ କଏଦ ହୋଇଛି । ଟୁଇଟରେ ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଟ୍ରାପ କ୍ୟାମେରାରେ କଏଦ କଳା ବାଘର ଫଟୋକୁ ଟ୍ୟାଗ କରି ପିସିସିଏଫ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ ଏକ ଉକ୍ରଣ୍ଠାପୂର୍ଣ୍ଣ ଖବର ସାମ୍ନାକୁ ଆସିଛି । ଓଡିଶା ଜଙ୍ଗଲରେ କଳା ବାଘ ଥିବା ସ୍ପଷ୍ଟ ହୋଇଛି । ତେବେ କେଉଁ ଜଙ୍ଗଲରେ କଳାବାଘକୁ ଠାବ କରାଯାଇଛି ସେ ସଂପର୍କରେ କୌଣସି ସୂଚନା ଦେଇ ନାହାନ୍ତି ପିସିସିଏଫ୍ । ଏହା ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ କଳା ଦାଗ ଥିବା ମହାବଳ ବାଘ ଦେଖିବାକୁ ମିଳିଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe