‘ସୁନ୍ଦରୀ’ ଦେଇଥିଲା ଆଶ୍ୱସ୍ତି ! ହେଲେ ୭ ହାତୀ ଓ ‘ମହାବୀର’ ମୃତ୍ୟୁ ଦେଲା ପିସିସିଏଫଙ୍କୁ ଟେନସନ୍ ।

ହାତୀ, ବାଘ, ବାଘୁଣୀ ପାଇଁ ପିସିସିଏଫଙ୍କୁ ନିଦ ନାହିଁ !

256

କନକ ବ୍ୟୁରୋ: ସାରା ରାଜ୍ୟରେ ଏବେ ଗୋଟିଏ ଚର୍ଚ୍ଚା ଜଙ୍ଗଲ ବିଭାଗକୁ ଲାଗିଛି କାହାର ନଜର ଆଉ ପେଷି ହୋଇଗଲେଣି ପିସିସିଏଫ । ଗତ ଗୋଟିଏ ମାସ ମଧ୍ୟରେ ଦୁଇଟି ବାଘ ଓ ୭ଟି ହାତୀ ମରିଥିବା ଘଟଣା ଏବେ ରାଜ୍ୟ ଓ ଜାରତୀୟ ଗଣାମଧ୍ୟର ଶିରୋନାମା ପାଲଟିଛି । ଆଉ ଏସବୁ ଭିତରେ ଅଫିସର ମାନଙ୍କ ବୟାନ ବଢ଼ାଉଛି ବିବାଦ । ହାତୀ ଓ ବାଘ ମୃତ୍ୟୁକୁ ନେଇ କିଏ କେତେବେଳେ କ’ଣ କହୁଛି ତା’ଳ ମେଳ ରହୁ ନାହିଁ । ଆଉ ସେମାନଙ୍କ ମଧ୍ୟରେ ପେଷି ହୋଇ ଯାଉଛନ୍ତି ପିିସିସିଏଫ୍ ବୋଲି ଚର୍ଚ୍ଚା ହେଉଛି ।

ଗତ କିଛିଦିନ ତଳେ ଢ଼େଙ୍କାନାଳରେ ବିଦ୍ୟୁତ୍ ତାରରେ ଚାଲି ଯାଇଥିଲା ୭ ହାତୀଙ୍କ ଜୀବନ । ଆଉ ଏହାକୁ ନେଇ ରାଜ୍ୟରେ ଉଠିଥିଲା ତୁମ୍ଭିତୋଫାନ । କିଏ ଶକ୍ତି ବିଭାଗର ସେସୁକୁ ଦାୟୀ କଲା ତ ଆଉ କିଏ ଜଙ୍ଗଲ ବିଭାଗର ଅବହେଳା ବୋଲି ଅଭିଯୋଗ କରିଥିଲା । ତେବେ ଏହି ଘଟଣାରେ ଉଭୟ ଜଙ୍ଗଲ ବିଭାଗ ଓ ସେସୁର କର୍ମଚାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିଲା । କିନ୍ତୁ ହାତୀ ମୃତ୍ୟୁ ଘଟଣା ପୂର୍ବରୁ ବିବାଦରେ ଥିବା ସାତକୋଶିଆର ବାଘୁଣୀ ‘ସୁନ୍ଦରୀ’ ଘଟଣାରେ ମଧ୍ୟ ଛନ୍ଦି ହୋଇପଡ଼ିଥିଲେ ପିସିସିଏଫ୍ । ହେଲେ ଦୁଇ ଜଣଙ୍କ ଜୀବନ ଗଲାପରେ ଶେଷରେ ଧରାପଡ଼ିଥିଲା ସୁନ୍ଦରୀ । ଯାହା ପିିସିସିଏଫଙ୍କୁ ଦେଇଥିଲା ଆଶ୍ୱସ୍ତି ।

MAHABIRପୁଣି କିଛି ସମୟ ବ୍ରେକ୍ ପରେ ମଧ୍ୟପ୍ରଦେଶରୁ ଆସିଥିବା ଯୁବରାଜ ମହାବଳ ବାଘ ‘ମହାବୀର’ ମୃତ୍ୟୁ ଘଟଣା ଏବେ ନୂଆ ବିବାଦ ସୃଷ୍ଟି କରିଛି । ମଧ୍ୟପ୍ରଦେଶରୁ ବାଘ ଆସିବାଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଘଟଣାକ୍ରମରେ ବନ ଅଧିକାରୀମାନେ ଗଣମାଧ୍ୟମ ଓ ଜନତାଙ୍କୁ ବିଭ୍ରାନ୍ତିକର ମନ୍ତବ୍ୟ ଦେଇ ଆସୁଛନ୍ତି। ପୂର୍ବତନ ଡିଏଫ୍ଓଙ୍କଠାରୁ ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ମନ୍ତବ୍ୟ ଘଟଣାକୁ ସାଧାରଣରେ ଗ୍ରହଣୀୟ ହେଉନାହିଁ । ଏବଂ ଏହା ଅତୀତର ଘଟଣାବଳୀକୁ ଅଧିକ ଜଟିଳ କରି ଦେଉଛି । ଏହା ପରେ ମଧ୍ୟ ଅନୁଗୁଳ ଓ ମୟୂରଭଞ୍ଜରେ ଦୁଇଟି ହାତୀଙ୍କ ମୃତ୍ୟୁ ଘଟଣା ପୁଣି ପିସିସିଏଫଙ୍କ ମୁଣ୍ଡ ବ୍ୟଥା ବଢ଼ାଇଲାଣି । ତେବେ ସାତକୋଶିଆ କ୍ଷେତ୍ର ନିର୍ଦ୍ଦେଶକ ନିଜ କର୍ମଚାରୀଙ୍କୁ କ୍ଲିନ୍ ଚିଟ୍ ଦେଇ ସେମାନଙ୍କ ମୁଣ୍ଡରୁ ଦୋଷ ଖସାଇବା ପରେ ଜଙ୍ଗଲ ବିଭାଗ ମନ୍ତ୍ରୀଙ୍କ ବୟାନ ଏବେ ଅନେକଙ୍କ ମନରେ ସନ୍ଦେହ ସୃଷ୍ଟି କରିଛି । ଏହାରି ମଧ୍ୟରେ ପିସିସିଏଫ ପୁରା ପେଷି ହୋଇପଡ଼ିଥିବା ଚର୍ଚ୍ଚା ହେଉଛି ।