କନକ ବ୍ୟୁରୋ: ଆଗକୁ ନିର୍ବାଚନ ଥିବାବେଳେ କଂଗ୍ରେସକୁ ଗୋଟିଏ ପରେ ଗୋଟିଏ ପ୍ରତିକୂଳ ସ୍ଥିତିକୁ ସାମ୍ନା କରିବାକୁ ପଡୁଛି । ଏବେ ଦଳକୁ ଆଉ ଏକ ଝଟକା ଲାଗିଛି । କାରଣ ଦଳ ଛାଡିଲେ ପିସିସି ଉପସଭାପତି ରଜତ ଚୌଧୁରୀ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ରଜତ । ଇସ୍ତଫାର ସଠିକ କାରଣ ଏଯାଏଁ ସ୍ପଷ୍ଟ ହୋଇନଥିଲେ ବି ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ସେ ଦଳ ଛାଡିଥିବା ଚର୍ଚ୍ଚା ହେଉଛି ।