ଓଡ଼ିଶା କଂଗ୍ରେସ ଆପଣାଇବ ଛତିଶଗଡ଼ ଫର୍ମୂଲା । ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ପୂର୍ବରୁ ନେବେ ଜନତାଙ୍କ ମତ

ଜଗତସିଂହପୁରରେ ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ପହଂଚିଲା ପିସିସି ଟିମ

120

କନକ ବ୍ୟୁରୋ: ଛତିଶଗଡ ଫର୍ମୂଲା ଆପଣେଇବ ଓଡିଶା କଂଗ୍ରେସ । ନିର୍ବାଚନୀ ଇସ୍ତାହାର ସାରା ଦେଶରେ କଂଗ୍ରେସ ସଂଗଠନ ପାଇଁ ଏବେ ଉଦହାରଣ ପାଲଟି ଯାଇଛି-ଛତିଶଗଡ଼, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ବିଜୟ ଫର୍ମୁଲା । ୨୦୧୯ରେ ଓଡ଼ିଶାରେ କମବ୍ୟାକ୍ ପ୍ଲାନ୍ କରୁଥିବା ଏହି ସର୍ବ ପୁରାତନ ଦଳ ପାଇଁ ମାର୍ଗଦର୍ଶକ ସାଜିବ ପଡ଼ୋଶୀ । ଦିଲ୍ଲୀରୁ ଫେରିବା ପରେ ଏଭଳି ଇସାରା କରଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ଛତିଶଗଡ଼ରେ ସଫଳତାର ଫର୍ମୁଲା ଆପଣାଇବାକୁ ଯାଉଛି ଓଡ଼ିଶା କଂଗ୍ରେସ ।

ଆଗାମୀ ନିର୍ବାଚନ ପାଇଁ ଦଳ ତାର ଇସ୍ତାହାର ପ୍ରସ୍ତୁତ କରିବା ଆଗରୁ ସଂଗ୍ରହ କରିବ ଜନମତ । ଅର୍ଥାତ୍ ଘରେ ବସି ନେତା ଆଉ ନିର୍ବାଚନ ଇସ୍ତାହାର ତିଆରି କରିବେ ନାହିଁ । ପ୍ରତିଶ୍ରୁତି ଦେବା ଆଗରେ ପବ୍ଲିକର ମୁଡ୍ କ’ଣ ପରଖିବ କଂଗ୍ରେସ । ଆଉ ଏହାର ଡେମୋ ଦେଖାଇବାକୁ ନିରଂଜନଙ୍କ ସହ ଦିଲ୍ଲୀରୁ ଆସିଛନ୍ତି ଛତିଶଗଡ଼ ମନ୍ତ୍ରୀ । ଆସନ୍ତାକାଲି ଜଗତସିଂହପୁରରେ ଟିଏସ୍ ସିଂଦେଓ ବିଭିନ୍ନ ବର୍ଗ ଓ ସଂଗଠନ ସହ ଚର୍ଚ୍ଚା କରି ସେମାନଙ୍କ ମତାମତ ଲୋଡିବେ । ଆଉ ନିର୍ବାଚନ ଇସ୍ତାହାର ପ୍ରସ୍ତୁତ ବେଳେ ଦଳ ଏହାକୁ ଅଗ୍ରାଧିକାର ଦେବ ।