କନକ ବ୍ୟୁରୋ : ରାଷ୍ଟ୍ରପତି ନିର୍ବାଚନରେ ଦଳ ବିରୋଧରେ ଯାଇ ଭୋଟ ଦେଇଥିବା କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି । ଦଳ ବିରୋଧୀ କାର୍ଯ୍ୟପାଇଁ ତାଙ୍କ ଦଳ ପକ୍ଷରୁ କାରଣ ଦର୍ଶାଅ ନୋଟିସ ପଠାଇଛି । ଏନେଇ କଂଗ୍ରେସ ନେତା ତଥା ମିଡିଆ ସେଲ ମୁଖ୍ୟ ସତ୍ୟପ୍ରକାଶ ନାୟକ ସୂଚନା ଦେଇଛନ୍ତି । ମୋକିମ ଦଳ ବିରୋଧରେ ଅପପ୍ରଚାର କରୁଥିବା ଅଭିଯୋଗ ହୋଇଥିଲା । ଏହାପରେ ରାଜ୍ୟ କଂଗ୍ରେସ ପକ୍ଷରୁ ତାଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯିବା ସହ ୨ ସପ୍ତାହ ମଧ୍ୟରେ ନୋଟିସର ଉତ୍ତର ଦେବାକୁ ନୋଟିସରେ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ଦଳୀୟ ଅନୁଶାସନ ଭଙ୍ଗ କରିଥିବା ନେଇ ମଧ୍ୟ ତାଙ୍କ ନାମରେ ଅଭିଯୋଗ ରହିଛି । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ତାଙ୍କ ନିକଟକୁ ନୋଟିସ ପଠାଇଛନ୍ତି ।

Advertisment

କହିରଖୁ କି ରାଷ୍ଟ୍ରପତି ନିର୍ବାଚନରେ କଟକ ବାରବାଟୀ ବିଧାୟକ ଦଳ ବିରୋଧରେ ଯାଇ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଥିଲେ । ଭୋଟ ଦେବା ପରେ ଗଣମାଧ୍ୟମରେ ମୋକିମ କହିଥିଲେ କି ତାଙ୍କ ବିବେକ ଅନୁଯାୟୀ ସେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ କରିଛନ୍ତି ।