ଗୁରୁପ୍ରିୟା ସେତୁକୁ ନେଇ ନବୀନଙ୍କୁ ସମାଲୋଚନା । ସେତୁର ସ୍ଥିତି ଅନୁଧ୍ୟାନ କରି ନବୀନଙ୍କୁ ତୀର ମାରିଲେ ନିରଞ୍ଜନ

31

କନକ ବ୍ୟୁରୋ: ଗୁରୁପ୍ରିୟା ସେତୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଲା କଂଗ୍ରେସ । ଗୁରୁପ୍ରିୟା ସେତୁ ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରିଛି କଂଗ୍ରେସ । ଗତକାଲି ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ପ୍ରଦେଶ କଂଗ୍ରେସ ଏକ ଟିମ୍ ଗୁରୁପ୍ରୀୟା ସେତୁ ପରିଦର୍ଶନ କରିଥିଲା । ଗୁରୁପ୍ରିୟା ସେତୁର ସ୍ଥିତି ଅନୁଧ୍ୟାନ କରି ସେତୁର ଡିଜାଇନରେ ତୃଟି ଥିବା ସହ ପୋଲ ନିର୍ମାଣ କାର୍ଯ୍ୟରେ ରାଜ୍ୟ ସରକାର ୭୪ କୋଟି ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ କରିଛନ୍ତି ପି.ସି.ସି ମୁଖିଆ ନିରଂଜନ ପଟ୍ଟନାୟକ ।

ସ୍ୱାଭିମାନ ଅଂଚଳରେ ଦୁଇ ହଜାରରୁ ଉର୍ଧ ଛାତ୍ର ଛାତ୍ରୀ ଶିକ୍ଷାରୁ ବଂଚିତ ହୋଇ ଥିବା ବେଳେ ଏ ଯାଏଁ ଜମି ପଟ୍ଟା, ବିଦ୍ୟୁତ ପାନୀୟ ଜଳ ଆଦି ମୌଳିକ ସୁବିଧାରୁ ବଂଚିତ ଅଛନ୍ତି ମାଲକାନଗିରି ଜିଲ୍ଲାର ବୁଡି ଅଂଚଳ ବାସି । ହେଲେ ସ୍ୱାଭିମାନ ଦୂର କଥା ପୋଲ ପଇସାକୁ ବି ଚଳୁ କରିଦେଲେ ସରକାର ବୋଲି କହି ନବୀନଙ୍କୁ ତେରେଛା ବାଣ ମାରିଛନ୍ତି କଂଗ୍ରେସ ପିସିସି ସଭାପତି । ସେହିଭଳି ସେତୁର ଉଦଘାଟନୀ ସମୟରେ ମାଲକାନଗିରି ବିଚ୍ଛିନ୍ନାଚଂଳ ବାସୀଙ୍କୁ ନାନା ପ୍ରତିଶୃତି ରେ ପୋତି ଦେଇଥିଲେ ରାଜ୍ୟ ସରକାର କିନ୍ତୁ ସେମାନ ଏପର୍ଯ୍ୟନ୍ତ ରାଜ୍ୟସରକାର ତାହା ପାଳନ କରିବାରେ ବିଫଳ ବୋଲି କଂଗ୍ରେସର ଅଭିଯୋଗ ।

ତେବେ ଦୁର୍ନୀତିର ପୁୂର୍ବାଭାଷ ଯୋଗୁଁ ମୁଖ୍ୟମନ୍ତ୍ରୀ ପୁର୍ତ ବିଭାଗର ଦାୟିତ୍ୱ ହସ୍ତାନ୍ତର କରିଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ମିଡିଆ ସେଲର ଅଧ୍ୟକ୍ଷ ସତ୍ୟ ପ୍ରକାଶ ନାୟକ । ପ୍ରଦେଶ କଂଗ୍ରେସର ଏହି ଟିମ୍ ମଧ୍ୟରେ ଥିଲେ ବରିଷ୍ଠ କଂଗ୍ରେସ ନେତା ପ୍ରଦୀପ ମାଝୀ ଓ ତାରା ପ୍ରସାଦ ବାହୀନିପତି ଏବଂ ଅନ୍ୟ ସ୍ଥାନୀୟ କଂଗ୍ରେସ କର୍ମୀ ।