ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଚଳିତ ନିର୍ବାଚନରେ ୨ଟି ଆସନରୁ  ଲଢିବେ ପିସିସି ସଭାପତି

ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ

124

କନକ ବ୍ୟୁରୋ : ଆଜିି ଘସିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ପଟ୍ଟନାୟକ । ଏହି ଅବସରରେ ଏକ ବିଶାଳ ଶୋଭାଯାତ୍ରା କରାଯିବ । ମିଳିଥିବା ସୂଚନା ଅନୁସାରେ, ଚଳିତ ନିର୍ବାଚନରେ ୨ଟି ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଭଣ୍ଡାରିପୋଖରୀ ସମେତ ଘଷିପୁରା ଆସନରୁ ନିରଞ୍ଜନ ନିର୍ବାଚନ ଲଢ଼ିବେ । ଆଜି ଘଷିପୁରା ଆସନରୁ ନାମାଙ୍କନ ପତ୍ର ଦାଖଲ କରିବା ସହ ଆସନ୍ତା ୮ ତାରିଖରେ ଭଣ୍ଡାରିପୋଖରୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ନିରଞ୍ଜନ ବୋଲି ସୂଚନା ମିଳିଛି ।

ପୂର୍ବରୁ ଭଣ୍ଡାରିପୋଖରୀରୁ ଲଢ଼ିବା ନେଇ ସ୍ଥିର ହୋଇଥିବା ବେଳେ ଘଷିପୁରା ଆସନରୁ ଲଢ଼ିବା ପାଇଁ ନିଷ୍ପତି କରିଛନ୍ତି ପିସିସି ସଭାପତି  । ଘଷିପୁରାରୁ ବିଜେଡି ଟିକେଟରେ ଲଢ଼ୁଥିବା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ରଙ୍କ ଆହ୍ୱାନ ପରେ ପିସିସି ସଭାପତି ଏପରି ନିଷ୍ପତି ନେଇଥିବା ଚର୍ଚ୍ଚା ହେଉଛି ।