ଟିକେଟକୁ ନେଇ କଂଗ୍ରେସରେ ଦେଖା ଦେଇଥିବା କନ୍ଦଳ ଉପରେ ପିସିସି ସଭାପତିଙ୍କ ପ୍ରତିକ୍ରିୟା । କହିଲେ, ଯେଉଁମାନେ ଦଳ ଅପେକ୍ଷା ନିଜକୁ ନେଇ ବ୍ୟାକୁଳ ସେମାନେ ବିଦ୍ରୋହ କରିବେ

215

କନକ ବ୍ୟୁରୋ: ଟିକେଟ ବଂଟନକୁ ନେଇ କଂଗ୍ରେସରେ ଦେଖାଦେଇଥିବା କନ୍ଦଳ ଉପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟନାୟକ । ସମସ୍ତ ନିର୍ବାଚନ ମଣ୍ଡଳୀରେ ଆଶାୟୀ ଓ ଯୋଗ୍ୟ ପ୍ରାର୍ଥୀ ଅଛନ୍ତି ଏବଂ ଯେଉଁମାନେ ଦଳ ଅପେକ୍ଷା ନିଜକୁ ନେଇ ବ୍ୟାକୁଳ ସେମାନେ ବିଦ୍ରୋହ କରିବେ ବୋଲି ନିରଂଜନ କହିଛନ୍ତି ।

ତେବେ କାହା ପ୍ରତି ଅନ୍ୟାୟ କରାଯିବ ନାହିଁ ବୋଲି ପିସିସି ସଭାପତି କହିଛନ୍ତି । ଏହାସହ କଂଗ୍ରେସ ଭବନରେ ଭଙ୍ଗାରୁଜାରେ ଯଦି କଂଗ୍ରେସ କର୍ମୀଙ୍କ ହାତ ଥାଏ ତାହେଲେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିରଂଜନ କହିଛନ୍ତି ।

ରାଉରକେଲା ମୁକ୍ତିକାନ୍ତ ବିଶ୍ୱାଳ ନିର୍ବାଚନ ନଲଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ନିଂରଜନ । ସେ କହିଛନ୍ତି କି, ମୁକ୍ତିକାନ୍ତଙ୍କର ଭୋଟର ତାଲିକାରେ ନାଁ ନାହିଁ । ସେଥି ପାଇଁ ସେ ନିର୍ବାଚନ ଲଢିବାକୁ ମନା କରିଛନ୍ତି । ସେହିପରି ପ୍ରାର୍ଥୀ ତାଲିକା ଘୋଷଣା ନେଇ ନିଂରଜନ କହିଛନ୍ତି ଯେ, ଆହୁରୀ ମଧ୍ୟ ତାଲିକା ଘୋଷଣା ହେବାକୁ ବାକି ରହିଛି । ତେଣୁ ସିଇସି ବୈଠକ ପରେ ୨୮ ସୁଦ୍ଧା ପୂରା ତାଲିକା ପ୍ରକାଶ ପାଇବା ନେଇ ସୂଚନା ଦେଇଛନ୍ତି ପିସିସି ସଭାପତି ନିଂରଜନ ପଟ୍ଟନାୟକ ।