କନକ ବ୍ୟୁରୋ: କଂଗ୍ରେସ ସହ ବିଜେଡିର ଡିଲ ନେଇ ସୁର ରାଉତରାୟଙ୍କ ବିସ୍ଫୋରକ ବୟାନ ପରେ ପ୍ରତିକ୍ରିୟା ରଖିଲେ ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି ପ୍ରମାଣ ଦେଲେ ରାଜନୀତିରୁ ସନ୍ୟାସ ନେଇଯିବି । ଯଦି ବିଜେଡି ପାଖରେ ବିକ୍ରି ହୋଇଛି ତେବେ ତାର ପ୍ରମାଣ ଦିଅନ୍ତୁ ବୋଲି ଶରତ କହିଛନ୍ତି ।
ବିଜେଡି ଅଫିସରେ ବସିନୁ କି ବିଜେଡି ନେତାଙ୍କ ସହ କଥା ହେଇନୁ ମୋ ଦଳର କୌଣସି କର୍ମୀ ବିକ୍ରି ହୋଇଥିଲେ ପ୍ରମାଣ ଦିଅନ୍ତୁ ବୋଲି ସେ ସିଧାସଳଖ କହିଛନ୍ତି । ପ୍ରମାଣ ଦେଲେ ମୁଁ କାର୍ଯ୍ୟାନୁଷ୍ଠାନ ନେବି ବୋଲି ପିସିସି ସଭାପତି କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ଦମ୍ ନାହିଁ ମୋ ନାଁରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ ।
କିଛି ସମୟ ପୂର୍ବରୁ ପଦ୍ମପୁର ଉପନିର୍ବାଚନରେ ବିଜେଡି ସହ ଡିଲ୍ ଅଭିଯୋଗକୁ ସତ ବୋଲି କହିଥିଲେ ସୁର । ସେ କହିଛନ୍ତି, ପଦ୍ମପୁରରେ କଂଗ୍ରେସ ହାରିବା ପାଇଁ ଡିଲ୍ ହୋଇଥିଲା । ଦଳର ସବୁ ବରିଷ୍ଠ ନେତା କଂଗ୍ରେସକୁ ହରାଇବା ପାଇଁ ପଦ୍ମପୁର ଯାଇଥିଲେ । ସେମାନେ କଂଗ୍ରେସକୁ ଜିତାଇବାକୁ ଚାହୁଁନଥିଲେ । ଏନେଇ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ରିପୋର୍ଟ ଦେବେ ବୋଲି ସୁର କହିଛନ୍ତି । ସେପଟେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଜଣେ ନିରୀହ ଲୋକ ବୋଲି କହିଛନ୍ତି ସୁର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/12/39-6.jpg)