‘ଫୋନି’ ପରେ ପଲିଟିକ୍ସ ! ବାତ୍ୟା ପ୍ରଭାବିତଙ୍କ ପାଇଁ ରାଜ୍ୟ ସରକାରଙ୍କ ପ୍ୟାକେଜ କେବଳ ଲୋକ ଦେଖାଣିଆ ବୋଲି କହିଲେ ପିସିସି ସଭାପତି ।

71

କନକ ବ୍ୟୁରୋ: ‘ଫୋନି’ ପରେ ବଢ଼ିଲା ରାଜନୀତି । ବାତ୍ୟା ‘ଫୋନି’ରେ ପ୍ରଭାବିତ ହୋଇଥିବା କ୍ଷତିଗ୍ରସ୍ତଙ୍କ ପାଇଁ ୧୬୦୦ ଟଙ୍କାର ପ୍ୟାକେଜ୍ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଯାହାକୁ ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । କାରଣ ଏଥିରେ କୃଷକ, ପଶୁ ମତ୍ସ୍ୟଚାଷୀ ଓ ଏସଏଚଜି ଗ୍ରୁପଙ୍କ ପାଇଁ ସ୍ୱତନ୍ତ୍ରଣ ପ୍ୟାକେଜ୍ ଘୋଷଣା କରିଥିଲେ ବି ପିିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାକୁ ନେଇ କହିଛନ୍ତି କି, ରାଜ୍ୟ ସରକାରଙ୍କ ଏଭଳି ପ୍ୟାକେଜ କେବଳ ଲୋକ ଦେଖାଣିଆ ଘୋଷଣା ।

ଏପରିକି ସବୁଠୁ ଅଧିକ କ୍ଷତିଗ୍ରସ୍ତ ପୁରୀରେ ମଧ୍ୟ ରନ୍ଧା ଖାଦ୍ୟ ଓ ରିଲିଫ ଏ ଯାଏ ମିଳିପାରିନି ବୋଲି ନିରଞ୍ଜନ ଅଭିଯୋଗ କରିଛନ୍ତି । ସରକାର ଯେମିତି ବାତ୍ୟା ମୁକାବିଲା ନେଇ ବାହାସ୍ପଟ ମାରୁଥିଲେ ତାହା କାମରେ କରି ଦେଖାଇ ପାରି ନାହାନ୍ତି । ତେଣୁ ପ୍ୟାକେଜ୍ କେବଳ ପବ୍ଲିସିଟି ପାଇଁ ଘୋଷଣା ହୋଇଛି ବୋଲି କହିଛନ୍ତି ନିରଞ୍ଜନ ପଟ୍ଟନାୟକ ।