ପିସିିସି ସଭାପତିଙ୍କୁ କରୋନା । ଟ୍ୱିଟ୍ କରି ଦେଲେ ସୂଚନା ।

128

କନକ ବ୍ୟୁରୋ: କରୋନାରେ ସଂକ୍ରମିତ ହୋଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଏନେଇ ସେ ନିଜେ ଟ୍ୱିଟ କରି ଜଣାଇଛନ୍ତି । ସେ  ଏବେ ସଙ୍ଗରୋଧରେ ରହି ଚିକିତ୍ସିତ ହେଉଥିବା ଜଣାଇଛନ୍ତି । ସପ୍ତାହକ ମଧ୍ୟରେ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ କରୋନା ଟେଷ୍ଟ କରାଇନେବା ସହ ସଙ୍ଗରୋଧରେ ରହିବାକୁ ଅନୁରୋଧ କରିଛନ୍ତି ନିରଞ୍ଜନ ।

ସୂଚନା ମୁତାବକ, ରାଜ୍ୟରେ ବି ଲଗାତର ସଂକ୍ରମଣ ହ୍ରାସ ପାଇପାରେ ଲାଗିଛି । ଗତ ୨୪ ଘଂଟାରେ ରାଜ୍ୟରେ ଆଉ ୭ ହଜାର ୨୯୧ ପଜିଟିଭ୍ ହୋଇଛନ୍ତି । ଗତକାଲି ତୁଳନାରେ ଆଜି ୧୨୨୯ କମ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ରାଜ୍ୟରେ ୮ ହଜାର ୫୨୦ ମାମଲା ଆସିଥିଲା । ଏବେ ରାଜ୍ୟରେ ସକ୍ରିୟ ମାମଲା ୮୧ ହଜାର ୭୬୫ରେ ପହଂଚିଲାଣି । ଗତ ୨୪ ଘଂଟାରେ ଖୋର୍ଦ୍ଧାରୁ ସର୍ବାଧିକ ୧୭୦୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୬୪୬, କଟକରୁ ୫୬୧, ବାଲେଶ୍ୱରରୁ ୩୪୩ ନୂଆ ମାମଲା ଆସିଛି । ସେହିପରି ରାୟଗଡ଼ାରୁ ୨୯୫, ସୋନପୁରରୁ ୨୮୨, ମୟୂରଭଂଜରୁ ୨୨୯, ବଲାଙ୍ଗିରରୁ ୨୧୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।