ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା ! କଂଗ୍ରେସର ଅଭିଯୋଗ ASO ପରୀକ୍ଷା ପାଇଁ ହୋଇଛି ଫିକ୍ସିଂ, ପରୀକ୍ଷା ବାତିଲ୍ କରିବାକୁ ଦାବି ।

ରାଜ୍ୟ ସରକାରଙ୍କୁ କଂଗ୍ରେସର ସମାଲୋଚନା ! କଂଗ୍ରେସର ଅଭିଯୋଗ ASO ପରୀକ୍ଷା ପାଇଁ ହୋଇଛି ଫିକ୍ସିଂ, ପରୀକ୍ଷା ବାତିଲ୍ କରିବାକୁ  ଦାବି ।

କନକ ବ୍ୟୁରୋ: ସରକାରୀ ଚାକିରୀକୁ ନେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛି କଂଗ୍ରେସ। ରାଜ୍ୟ ସରକାର ସରକାରୀ ଚାକିରୀକୁ ନେଇ ରାଜ୍ୟର ଲକ୍ଷ ଲକ୍ଷ ଶିକ୍ଷିତ ଯୁବକଯୁବତୀମାନଙ୍କ ଭାଗ୍ୟ ସହ ଖେଳୁଥିବା ଅଭିଯୋଗ କରିଛି କଂଗ୍ରେସ । ଏନେଇ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । 

Congress-Bhawan-କଂଗ୍ରେସ କହିବା ଅନୁସାରେ ରେଲୱେ ସହାୟକ ଲୋକ ପାଇଲଟ୍ ପାଇଁ ମୁଖ୍ୟ ପରୀକ୍ଷାର ତାରିଖ ୨୦ ଜାନୁଆରୀ, ଏବଂ ବ୍ୟାଙ୍କ ସେବା ସଂପର୍କିତ ଆଇ.ବି.ପି.ଏସ୍. ପରୀକ୍ଷା ମଧ୍ୟ ସମାନ ଦିନରେ ଅନୁଷ୍ଠିତ ହେବାକୁ ୨୦୧୯ ପୂର୍ବରୁ ସ୍ଥିରୀକୃତ ହୋଇଛି । ତେବେ ଏହି ଦୁଇଟି ସର୍ବ ଭାରତୀୟ ସ୍ତରର ମୁଖ୍ୟ ପରୀକ୍ଷା ପାଇଁ ଓଡିଶାର ୧୦ ହଜାରରୁ ଉଦ୍ଧ୍ୱର୍ ମେଧାବୀ ଛାତ୍ରଛାତ୍ରୀ ଯୋଗ୍ୟ ବିବେଚିତ ହୋଇଛନ୍ତି  । ଏପରି ସ୍ଥଳେ ଓପିଏସସି ଦ୍ୱାରା ଏଏସଓ ପରୀକ୍ଷାକୁ ସମାନ ଦିନରେ ନକରିବାକୁ ଦାବି କରିଛି କଂଗ୍ରେସ । 

publive-imageସେପଟେ ସମାନ ଦିନରେ ସର୍ବଭାରତୀୟ ସ୍ତରର ୨ଟି ପରୀକ୍ଷା ସହ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ହେବାକୁଥିବା ଏଏସଓ ପରୀକ୍ଷାକୁ ନେଇ ଆଶାୟୀପ୍ରାର୍ଥମାନେ ଅସନ୍ତୋଷ ପ୍ରକାଶ କରିଥିବା କହିଛି କଂଗ୍ରେସ । ତେଣୁ କଂଗ୍ରେସ ଉକ୍ତ ପରୀକ୍ଷାକୁ ବାତିଲ କରିବାକୁ ଦାବି କରୁଛି ।  ଏପରିକି ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡିଶା ସରକାର ଜାଣିଶୁଣି ଏଭଳି ଦିନ ଓ ତାରିଖ ଧାର୍ୟ୍ୟ କରୁଛନ୍ତି ଯେଉଁଦିନ ଚାକିରୀ ଆଶାୟୀ ଓଡିଶାର ମେଧାବୀ ଛାତ୍ରଛାତ୍ରୀମାନେ ପରୀକ୍ଷାରେ ବସିବାର ସୁଯୋଗ ପାଇବେ ନାହିଁ ଏବଂ ସରକାରୀ ଚାକିରୀକୁ ନିଜର ଦଳୀୟ କର୍ମୀଙ୍କୁ ବିକ୍ରୀ କରି ଦେବାକୁ ରାଜ୍ୟ ସରକାର ପର୍ୟ୍ୟାପ୍ତ ସୁଯୋଗ ପାଇବେ ବୋଲି ଅଭିଯୋଗ କରିଛି କଂଗ୍ରେସ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe