ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ପାଇଁ ପିସିସି ପ୍ରସ୍ତୁତ, ପଢ଼ନ୍ତୁ ବ୍ଲକୱାରୀ ଓ ଦଳୀୟ ପ୍ରଚାର ପାଇଁ କାହାକୁ ମିଳିଲା ଦାୟିତ୍ୱ ।

Advertisment
ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ପାଇଁ ପିସିସି ପ୍ରସ୍ତୁତ, ପଢ଼ନ୍ତୁ ବ୍ଲକୱାରୀ ଓ ଦଳୀୟ ପ୍ରଚାର ପାଇଁ କାହାକୁ ମିଳିଲା ଦାୟିତ୍ୱ ।

କନକ ବ୍ୟୁରୋ: ଉପନିର୍ବାଚନ ପାଇଁ ‘ହାତ’ ତୟାର । ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରଦେଶ କଂଗ୍ରେର ବ୍ଲକୱାରୀ ଓ ନିର୍ବାଚନ ପ୍ରଚାର ପାଇଁ ଦାୟିତ୍ୱ ବଣ୍ଟନ । ନିର୍ବାଚନରେ ବାଜି ମାରିବାକୁ ପ୍ରଦେଶ କଂଗ୍ରେସ କମିଟି ତିର୍ତ୍ତୋଲ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ସମସ୍ତ ବ୍ଲକ ପାଇଁ ନେତାମାନଙ୍କୁ ଦାୟିତ୍ୱ ଦେଇଛି । ଯେମିତି କି, ରଘୁନାଥପୁର ବ୍ଲକ ପାଇଁ ଗୁରୁପଦ ନନ୍ଦ ଓ ମାନସ ଚୌଧୁରୀଙ୍କୁ ଦାୟିତ୍ୱ ଦିଆଯାଇଥିବାବେଳେ ବିରିଡ଼ି ପାଇଁ ବନ୍ଦିତା ପରିଡ଼ା ଓ ଗଣେଶ୍ୱର ବେହେରାଙ୍କୁ ଦାୟିତ୍ୱ ଦିଆଯାଇଛି ।

ସେହପରି ତିର୍ତ୍ତୋଲ ବ୍ଲକ ପାଇଁ ଅମରନାଥ ପ୍ରଧାନ, ଶୁଭେନ୍ଦୁ ମହାନ୍ତି ଓ ଅରିନ୍ଦମ ସର୍କେଲଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଅନ୍ୟପଟେ ଉପନିର୍ବାଚନରେ ଦଳୀୟ ପ୍ରଚାର ପାଇଁ କଂଗ୍ରେସ ପ୍ରଭାରୀ ଲ ଚେଲ୍ଲା କୁମାର, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକଦଳ ନେତା ନରସିଂହ ମିଶ୍ର, ପିସିସି କାର୍ଯ୍ୟକାରୀ ସଭାପତି ଚିରଞ୍ଜୀବ ବିଶ୍ୱାଳ ଓ ପ୍ରଦୀପ ମାଝୀ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଶରତ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ଦିଆଯାଇଛି ।

ଏହାସହ ଭକ୍ତ ଚରଣ ଦାସ, ରାମଚନ୍ଦ୍ର ଖୁଣ୍ଟିଆ, ରଞ୍ଜୀବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁର ରାଉତରାୟ, ତାହା ବାହିନୀପତି, ରମେଶ ଜେନା, ସନ୍ତୋଷ ସିଂ ସାଲୁଜା, ମହମ୍ମଦ ମୋକିମ୍, ଗଣେଶ୍ୱର ବେହେରାଙ୍କ ସମେତ ୪୨ ଜଣ ନେତୃବୃନ୍ଦଙ୍କୁ ଦଳୀୟ ନିର୍ବାଚନୀ ପ୍ରଚାର ପାଇଁ ଦାୟିତ୍ୱ ବଣ୍ଟନ କରାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe