ଭାରତୀୟ କ୍ରିକେଟ ବୋର୍ଡକୁ ପାକିସ୍ତାନ ମାଗିଲା ୫୦୦ କୋଟି! ଠାକୁର କହିଲେ, ଗୋଟିଏ ପଇସା ବି ମିଳିବନି

Advertisment
ଭାରତୀୟ କ୍ରିକେଟ ବୋର୍ଡକୁ ପାକିସ୍ତାନ ମାଗିଲା ୫୦୦ କୋଟି! ଠାକୁର କହିଲେ, ଗୋଟିଏ ପଇସା ବି ମିଳିବନି

ଭାରତୀୟ କ୍ରିକେଟ ବୋର୍ଡକୁ ୫୦୦ କୋଟି ଟଙ୍କା କ୍ଷତିପୂରଣ ମାଗିଲା ପିସିବି(ପାକିସ୍ତାନ କ୍ରିକେଟ ବୋର୍ଡ) । ଦ୍ୱିପାକ୍ଷିକ ସିରିଜ ନ ଖେଳିବାରୁ ବିସିସିଆଇ କ୍ଷତିପୂରଣ ବାବଦକୁ ୫୦୦ କୋଟି ମାଗିଛି ପାକିସ୍ତାନ । ପିସିବି ଅନୁଯାୟୀ, ବିସିସିଆଇ ଓ ପିସିବି ମଧ୍ୟରେ ୨୦୧୪ରେ ଏକ ଚୁକ୍ତିନାମା ହୋଇଥିଲା । ଯେଉଁଥିରେ ୬ଟି ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ବିସିସିଆଇ ସହମତି ପ୍ରଦାନ କରିଥିଲା । କିନ୍ତୁ ୨୦୦୮ରୁ ଏଯାଏଁ ପାଖାପାଖି ଏକ ଦଶନ୍ଧି ଧରି ପାକିସ୍ତାନ ସହ କୌଣସି ଦ୍ୱିପାକ୍ଷିକ ସିରିଜ ଖେଳିନାହିଁ ଭାରତ ।

publive-imageପିସିବିର କହିବା ଅନୁଯାୟୀ, ଭାରତ ପାକିସ୍ତାନ ସହ ଦ୍ୱିପାକ୍ଷିକ କ୍ରିକେଟ ସିରିଜ ଖେଳିବା କଥା । ଏଥିପାଇଁ ପାକିସ୍ତାନ ଟିମ୍ ପ୍ରସ୍ତୁତ ଥିଲେ ମଧ୍ୟ ବିସିସିଆଇ ନିଜର ଟିମ୍ ପଠାଉନାହିଁ । ଫଳରେ ପିସିବିକୁ ଆର୍ଥିକ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ତେଣୁ ଏନେଇ ପାକିସ୍ତାନ ଆଇସିସିର ଦ୍ୱାରସ୍ଥ ହୋଇଛି । ଯାହାର ଶୁଣାଣି ଆସନ୍ତାକାଲି ହେବ । ଏହି ଶୁଣାଣି ପୂର୍ବରୁ ପାକିସ୍ତାନ ୫୦୦ କୋଟି ଟଙ୍କା ବିସିସିଆଇ ନିକଟରୁ ଦାବି କରିଛି ।

publive-imageଏହା ଉପରେ ଆଇପିଏଲର ଅଧ୍ୟକ୍ଷ ରାଜୀବ ଶୁଳ୍କା କହିଛନ୍ତି ଯେ, ଉଭୟ ବୋର୍ଡ ଆଇସିସି ନିକଟକୁ ନଯାଇ ପରସ୍ପର ମଧ୍ୟରେ ଆଲୋଚନା କରି ସମାଧାନ କରନ୍ତୁ। ବିସିସିଆଇ ସର୍ବଦା ପାକିସ୍ତାନ ସହିତ କ୍ରିକେଟ୍ ଖେଳିବାକୁ ଚାହୁଁଛି ମାତ୍ର ଏମିତି କିଛି କାରଣ ରହିଛି ଯେଉଁଥି ପାଇଁ ବିସିସିଆଇକୁ ସରକାରଙ୍କ ଅନୁମତି ଲୋଡ଼ା ରହିଛି। ସେ ଏହା ମଧ୍ୟ କହିଛନ୍ତି ଯେ ଅନ୍ତରାଷ୍ଟ୍ରୀୟସ୍ତରରେ ଆଇସିସି କିମ୍ବା ଏସୀୟା କ୍ରିକେଟ୍ ପରିଷଦ ଯେଉଁ ମ୍ୟାଚର ଆୟୋଜନ କରୁଛି ସେଥିରେ ଭାରତ ପାକିସ୍ତାନ ସହିତ ମ୍ୟାଚ୍ ଖେଳୁଛି। ତେଣୁ ପାକିସ୍ତାନକୁ ଅର୍ଥ ଦେବାର ପ୍ରଶ୍ନ ଉଠୁନାହିଁ ।

publive-imageଏସବୁ ଭିତରେ ପୂର୍ବତନ ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର କହିଛନ୍ତି, ପାକିସ୍ତାନକୁ ଗୋଟିଏ ପଇସା ମଧ୍ୟ ବିସିସିଆଇ ଦେବ ନାହିଁ । ଭାରତ ଓ ପାକିସ୍ତାନର ଦ୍ୱିପାକ୍ଷିକ ମାମଲାରେ ଆଇସିସି କଣ କରିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଆଇସିସି ଭାରତକୁୂ ବାଧ୍ୟ କରି ପାରିବ ନାହିଁ ପାକିସ୍ତାନ ସହ ଖେଳିବାକୁ । ସେ କହିଛନ୍ତି, ପାକିସ୍ତାନ ପ୍ରଥମେ ଆତଙ୍କବାଦୀ ନିପାତ କରୁ ତା ପରେ କ୍ରିକେଟ ଖେଳିବା କଥା ଚିନ୍ତା କରାଯିବ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe