କନକ ବ୍ୟୁରୋ: ବହୁ ବାଦ ବିବାଦ ଭିତରେ ଶେଷରେ ଗଠନ ହୋଇଛି ପିସିସି କମିଟି । ଯେଉଁଥିରେ ୧୨ ଜଣ ନେତାଙ୍କୁ ଉପସଭାପତି ପଦ ମିଳିଥିବାବେଳେ ୨୦ ଜଣଙ୍କୁ ସାଧାରଣ ସମ୍ପାଦକ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି । ଏଥିସହିତ ଏହି କମିଟିରେ ୪୬ ଜଣଙ୍କୁ ସମ୍ପାଦକ ପଦ ମଧ୍ୟ ଦିଆଯାଇଛି । କଂଗ୍ରେସ ସାଧାରଣ ସମ୍ପାଦକ କେ ସି ବେନୁଗୋପାଳ, କଂଗ୍ରେସ ସଭାପତିଙ୍କ ଅନୁମତି କ୍ରମେ ପ୍ରେସରିଲିଜ୍ ଜାରି କରି ଏହି ସୂଚନା ଦେଇଛନ୍ତି । ଏହି କମିଟିରେ ସ୍ଥାନ ପାଇଥିବା ୧୨ ଜଣ ଉପସଭାପତିଙ୍କ ଭିତରେ ରହିଛନ୍ତି ଗଣେଶ୍ୱର ବେହେରା, ସନ୍ତୋଷ ସିଂ ସାଲୁଜା, ସରସ୍ୱତୀ ହେମ୍ବ୍ରମ୍, ଶିବାନନ୍ଦ ରାୟ, ସୁରେଶ ମହାପାତ୍ରଙ୍କ ଭଳି ଲୋକ । ସେହିପରି କିଶୋର ଚନ୍ଦ୍ର ତରାଇଙ୍କୁ ମଧ୍ୟ ଟ୍ରେଜରର ଭାବେ ଦାୟିତ୍ୱ ଦିଆଯାଇଛି । ଅନ୍ୟପଟେ ସତ୍ୟ ପ୍ରକାଶ ନାୟକ, କିଶୋର ଜେନା, ରବୀନ୍ଦ୍ର ମଲ୍ଲିକ, ସଂଗ୍ରାମ ମିଶ୍ର, ଲଲାଟେନ୍ଦୁ ମହାପାତ୍ର, ଅଶୋକ ଦାସଙ୍କ ଭଳି ନେତାଙ୍କୁ ସାଧାରଣ ସମ୍ପାଦକ ଭାବେ କମିଟିରେ ରଖାଯାଇଛି । ସେହିପରି ଏହି କମିଟିରେ ୪୬ ଜଣ ସମ୍ପାଦକ. ୩୨ ଜଣ ଏକ୍ସକୁଟିଭ୍ କମିଟି ମେମ୍ବରଙ୍କୁ ମଧ୍ୟ ସ୍ଥାନ ଦିଆଯାଇଛି ।
ଗଠନ ହେଲା ଓଡିଶା ପ୍ରଦେଶ କଂଗ୍ରେସ କମିଟି । ଜାଣନ୍ତୁ, କିଏ କିଏ ସ୍ଥାନ ପାଇଲେ କମିଟିରେ? @INCOdisha#Odisha#KanakNewspic.twitter.com/hOj27shVrN
— Kanak News (@kanak_news) September 8, 2021
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/09/12-12.jpg)