କୁନ୍ଦୁଲି ଗଣଦୁଷ୍କର୍ମ ମାମଲା ! ଆଜି ଡିଆଇଜି ଅଫିସରେ ହାଜର ହେବେ ପୀଡିତାଙ୍କ ସମ୍ପର୍କୀୟ

46

କନକ ବ୍ୟୁରୋ: ଦିନକୁ ଦିନ ଘନଉଛି କୁନ୍ଦୁଲି ଗଣଦୁଷ୍କର୍ମ ମାମଲା । ଗଣଦୁଷ୍କର୍ମ ମାମଲାରେ ବୟାନ ବଦଳାଇବା ପାଇଁ ପୀଡିତାଙ୍କ ଉପରେ ଚାପ ପଡୁଛି । ଏଭଳି ସ୍ଥିତିରେ ସୋମବାର ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି ରାଜ୍ୟ ଏଚଆରପିସି ଏସପି ।  ଏଚଆରପିସି ଏସପି ଦିଲ୍ଲୀପ ଦାସ ସୋମବାର କୋରାପୁଟରେ ପୀଡିତାଙ୍କ ବୟାନ ରେକର୍ଡ କରିଛନ୍ତି । ଏହାସହ ସେ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀ ଓ ପୀଡିତାଙ୍କ ସମ୍ପର୍କୀୟଙ୍କ ଠାରୁ ଏବାବଦରେ ତଥ୍ୟ ସଂଗ୍ରହ କରିଛନ୍ତି ।

ସେପଟେ ଏହି ଘଟଣାରେ ପୂର୍ବରୁ ପୁଲିସ ଜେରା ସମ୍ମୁଖୀନ ହୋଇଥିବା ପୀଡିତାଙ୍କ ସମ୍ପର୍କୀୟଙ୍କୁ ପୁଣି ନୋଟିସ କରିଛି ପୁଲିସ । ଆଜି ସେମାନେ ହାଜର ହେବା ସମ୍ଭାବନା ରହିଛି । ଗତ ୧୫ ତାରିଖରେ ପୀଡିତାଙ୍କର ୪ ଜଣ ସମ୍ପର୍କୀୟଙ୍କୁ ଅଟକ ରଖି ଜେରା କରିଥିଲା ପୁଲିସ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଲାଇ ଡିଟେକସନ୍ ଟେଷ୍ଟ କରାଯାଇଥିଲା ।

ଅନ୍ୟପଟେ, କୋରାପୁଟ, କୁନ୍ଦୁଲି ନାବାଳିକା ଛାତ୍ରୀ ଦୁଷ୍ମର୍ମ ଘଟଣାରେ ରାଜ୍ୟସରକାର ନିରବଦ୍ରଷ୍ଟା ସାଜିଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି । ପିଡିତା ତାଙ୍କ ବୟାନରେ ସିଧାସଳଖ ସେନା ଯବାନଙ୍କୁ ଅଭିଯୁକ୍ତ ଭାବେ ଦର୍ଶାଇଥିବା ବେଳେ ତାଙ୍କ ବିରୁଦ୍ଧରେ କୈାଣସି କାର୍ଯ୍ୟାନୁଷ୍ଠାନ କାହିଁକି ନିଆଯାଇନି ବୋଲି ପ୍ରଶ୍ନ କରିଛି କଂଗ୍ରେସ । ଏପରିକି ପିଡିତାଙ୍କୁ ଉଚିତ କ୍ଷତିପୁରଣ ଦିଆଯାଇ ନାହିଁ । ସରକାରଙ୍କ ଏଭଳି ଘଟଣାକୁ ନିନ୍ଦାକରି ଆସନ୍ତା ମାସ ୨ ତାରିଖରେ ରାଜଭବନ ସମ୍ମୁଖରେ ଦଳ ବିକ୍ଷୋଭ ପ୍ରଦର୍ଶନ କରିବ ବୋଲି ପିସିସି ସଭାପତି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶକରିଛନ୍ତି ।

ତେବେ କେରାପୁଟ ଜିଲ୍ଲା କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାକୁ ପ୍ରତିବାଦ କରି କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଟିତ ହୋଇଛି । ବିଭିନ୍ନ ଶିକ୍ଷାନୁଷ୍ଠାନର ଶତାଧିକ ଛାତ୍ର ମାଷ୍ଟର କ୍ୟାଟିଂନ ଛକରେ ଏକତ୍ରିତ ହୋଇ ଘଟଣାକୁ ନିନ୍ଦା କରିବା ସହିତ ପୀଡିତାଙ୍କୁ ଉଚିତ ନ୍ୟାୟପ୍ରଦାନ ଦେବାକୁ ଦାବୀ କରିଛନ୍ତି ।