କନକ ବ୍ୟୁରୋ : ବିଶ୍ୱକପରେ ଭାଗ ନେବାକୁ ପାକିସ୍ତାନ କ୍ରିକେଟ ଟିମ୍ ଦୀର୍ଘ ୭ ବର୍ଷ ପରେ ଭାରତ ଗସ୍ତରେ ଆସିଛି । ତେବେ ବିଶ୍ୱକପ ଆରମ୍ଭ ପୂର୍ବରୁ ପାକିସ୍ତାନ କ୍ରିକେଟ ଟିମ୍ ଆଇସିସି ସାମ୍ନାରେ ଏକ ଦାବି ରଖିଛି । ପାକିସ୍ତାନର କ୍ରୀଡା ସାମ୍ବାଦିକ ଓ ପ୍ରଂଶସକଙ୍କ ପାଇଁ ଭିସା ପ୍ରକ୍ରିୟାକୁ ତ୍ୱରାନିତ୍ୱ କରିବାକୁ ଚିଠି ଲେଖିଛି । ଭାରତରେ ବିଶ୍ୱକପ ହେଉଥିବାରୁ ଅନେକଙ୍କୁ ଭିସା ମିଳିବାରେ ସମସ୍ୟା ଉପୁଜୁଛି । ଯେଉଁଥିପାଇଁ ପାକିସ୍ତାନର ମିଡ଼ିଆ ଓ ପ୍ରଂଶସକଙ୍କ ଭିସା ସମସ୍ୟାକୁ ସମାଧାନ କରିବା ଦିଗରେ ଆଇସିସି ପଦକ୍ଷେପ ନେଉ ବୋଲି ପିସିବି କହିଛି ।
ବିସିସିଆଇ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ବିଦେଶ ମନ୍ତ୍ରାଳୟ ସେହି କ୍ରୀଡା ସାମ୍ବାଦିକଙ୍କ ନାଁକୁ ନେଇ ବିଚାର କରୁଛି ଯେଉଁମାନେ ବିଶ୍ୱକପ୍ କଭର କରିବାକୁ ଭାରତ ଆସିବାକୁ ଆବେଦନ କରିଛନ୍ତି । ତେବେ ସେମାନଙ୍କୁ ଭିସା ମିଳିବା ପୂର୍ବରୁ ବିଦେଶ,ଗୃହ ଓ କ୍ରୀଡା ମନ୍ତ୍ରାଳୟର ମଞ୍ଜୁରୀ ଆବଶ୍ୟକ । ଯେହେତୁ ଭାରତର ପିଆରସିରେ ପାକିସ୍ତାନ ରହିଛି ତେଣୁ ଭିସା ମିଳିବା ପୂର୍ବରୁ କଡାକଡି ଯାଞ୍ଚ କରାଯାଉଛି । ଅନ୍ୟପଟେ ବିସିସିଆଇ ସୂଚନା ମୁତାବକ, ପାକିସ୍ତାନ ସାମ୍ବାଦିକଙ୍କ ଭିସା ଆବେଦନକୁ ସୁବିଧାଜନକ କରାଯାଉଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/10/cover_1695764957FotoJet-5.jpg)