ଧମକ ଦେଲେ ରମିଜ ରାଜା: ଭାରତ ଥିଲା ଟାର୍ଗେଟରେ ଏବେ ନ୍ୟୁଜିଲାଣ୍ଡ-ଇଂଲଣ୍ଡର ପାଳି

1,267

କନକ ବ୍ୟୁରୋ: ଆଗ ନ୍ୟୁଜିଲାଣ୍ଡ ଓ ପରେ ଇଂଲଣ୍ଡର ପାକିସ୍ତାନ ଗସ୍ତ ବାତିଲ ପରେ ଏବେ ବିଚଳିତ ହୋଇପଡିଛି ପିସିବି । ଏନେଇ ଆଜି ପିସିବି ଅଧ୍ୟକ୍ଷ ରମିଜ ରାଜା ଏକ ଭିଡିଓ ଜାରି ଇଂଲଣ୍ଡ ଉପରେ ବର୍ଷିଛନ୍ତି । ଆଉ ଏବେ କେବଳ ଭାରତ ନୁହେଁ ବରଂ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟ ପାକିସ୍ତାନର ଟାର୍ଗେଟରେ ରହିବେ । ଆଉ ଏହି ବଦଲା ଆମେ ନ୍ୟୁଜିଲାଣ୍ଡ ଓ ଆଉ ଟି-୨୦ ବିଶ୍ୱକପରେ ନେବୁ ବୋଲି ରମିଜ ରାଜା କହିଛନ୍ତି ।

ରମିଜ ରାଜା ଏହି ଭିଡିଓରେ କହିଛନ୍ତି, ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବା ପରେ ଆମେ ବହୁତ ଦୁଃଖିତ ହୋଇଛୁ । କ୍ରିକେଟରେ କେବଳ ଭାରତ ଆମର ଜଣେ ପ୍ରତିଦ୍ୱନ୍ଦି ଥିଲା ହେଲେ ଏବେ ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡକୁ ଏଥିରେ ସାମିଲ କରିବାକୁ ହେବ । ଆଉ ଏହାର ବଦଲା କ୍ରିକେଟ ମୈଦାନରେ ମିଳିବ ।

ସୂଚନା ଅନୁସାରେ ଗତ କିଛିଦିନ ତଳେ ନ୍ୟୁଜିଲାଣ୍ଡ କ୍ରିକେଟ ଟିମ ପାକିସ୍ତାନ ଗସ୍ତରେ ଯାଇଥିଲା । ହେଲେ ଟସ ପଡିବାର କିଛି ସମୟ ପୂର୍ବରୁ ଗସ୍ତ ରଦ୍ଦ କରିଥିଲା । ଆଉ ମ୍ୟାଚ ଖେଳିବେନି ବୋଲି ମନାକରିଦେଇଥିଲେ । ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ନ୍ୟୁଜିଲାଣ୍ଡ ଦଳ ଏପରି କରିଥିବା କହିଥିଲେ ।

ସେହିପରି ଗତକାଲି ମଧ୍ୟ ଇଂଲଣ୍ଡ ପାକିସ୍ତାନ ଗସ୍ତ ବାତିଲ କରିବାକୁ ଘୋଷଣା କରିଥିଲା । ଇଂଲଣ୍ଡ ଟି-୨୦ ବିଶ୍ୱକପ ପୂର୍ବରୁ ପାକିସ୍ତାନରେ ଅଭ୍ୟାସ ମ୍ୟାଚ ଖେଳିବା ପାଇଁ ଯାଇଥାନ୍ତେ । ହେଲେ ଇସିବି ଗସ୍ତ ପୂର୍ବରୁ ଏହାକୁ ବାତିଲ କରିଦେଇଛି ।