କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ରୋମାଞ୍ଚକର ଖେଳ ଦେଖିବାକୁ ମିଳିଛି । ଏହି ମ୍ୟାଚରେ କେଏଲ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ କରିଛନ୍ତି । ଫଳରେ ପଞ୍ଜାବ ୬ ୱିକେଟରେ ଚେନ୍ନାଇକୁ ପରାସ୍ତ କରିଛି । ଏହି ମ୍ୟାଚ ବିଜୟ ସହ ପଞ୍ଜାବର ପ୍ଲେ ଅଫ ଖେଳିବା ଆଶା ବଢିଯାଇଛି ।
ଏହି ମ୍ୟାଚରେ ପଞ୍ଜାବ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ଆରମ୍ଭ କରିଥିଲା ଚେନ୍ନାଇ ଦଳ । ଚେନ୍ନାଇ ଏହି ମ୍ୟାଚରେ ବଡ ସ୍କୋର କରିବାରେ ବିଫଳ ହୋଇଥିଲା । ଏହି ମ୍ୟାଚରେ ଚେନ୍ନାଇ ପକ୍ଷରୁ ଫାପ ଡୁପ୍ଲେସିସ ୭୬ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୧୩୪ ରନ କରିଥିଲା ।
୧୩୫ ରନର ବିଜୟ ଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ପଞ୍ଜାବ ଦଳ ଏହି ବିଜୟକୁ ସହଜରେ ହାସଲ କରିଥିଲା । ଏହି ମ୍ୟାଚରେ କେଏଲ ରାହୁଲ ୯୮ ରନ କରିଥିଲେ । ଫଳରେ ଦଳ ୧୩ ଓଭର ଖେଳି ଏହି ବିଜୟ ଲକ୍ଷ୍ୟ ହାସଲ କରିଥିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/10/FBGPXTqVEAQATwa.jpg)