କୋଲକାତାର କମାଲ ବୋଲିଂ । ୧୨୩ ରନ କଲା ପଞ୍ଜାବ । କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ

39

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ଚମତ୍କାର ବୋଲିଂ କରିଛି କୋଲକାତା ନାଇଟ ରାଇଡର । ଫଳରେ ପଞ୍ଜାବ ମାତ୍ର ୧୨୩ ରନ କରିବାରେ ସଫଳ ହୋଇଛି । ତେଣୁ ଏବି କୋଲକାତା ଆଗରେ ୧୨୪ ରନର ବିଜୟ ଲକ୍ଷ୍ୟ ରହିଛି । କୋଲକାତାକୁ ଜିତିବାକୁ ହେଲେ ଏବେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା କୋଲକାତା । ଫଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ହେଲେ ବଡ ସ୍କୋର କରିବାରେ ସଫଳ ହୋଇନଥିଲା ପଞ୍ଜାବ । ପଞ୍ଜାବ ପକ୍ଷରୁ ମୟଙ୍କ ଅଗ୍ରୱାଲ ୩୧, କ୍ରିସ ଜୋରଦାନ ୩୦ ରନ କରିଥିଲେ । ଫଳରେ ଦଳ ୨୦ ଓଭରରେ ୯ ୱିକେଟ ହରାଇ ୧୨୩ ରନ କରିଥିଲା ।