ଦିପକ ଚହରଙ୍କ ଘାତକ ବୋଲିଂ । ୧୦୬ ରନ କଲା ପଞ୍ଜାବ କିଙ୍ଗସ । ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ

129

କନକ ବ୍ୟୁରୋ: ଆଜିର ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଛନ୍ତି ଚେନ୍ନାଇ ବୋଲର । ଫଳରେ ପଞ୍ଜାବ ମାତ୍ର ୧୦୬ ରନ କରିବାରେ ସକ୍ଷମ ହୋଇଛି । ଏବେ ଚେନ୍ନାଇ ଆଗରେ ୧୦୭ ରନର ବିଜୟ ଲକ୍ଷ୍ୟ ରହିଛି । ତେଣୁ ଏକ ସହଜ ବିଜୟ ଲକ୍ଷ୍ୟ ନେଇ ମୈ÷ଦାନକୁ ଓହ୍ଲାଇବ ଦଳ । ଏହି ମ୍ୟାଚ ଜିତିବାକୁ ହେଲେ ଚେନ୍ନାଇକୁ ନିଜ ୱିକେଟ ରକ୍ଷା କରିବାକୁ ହେବ ।

ଏହି ମ୍ୟାଚରେ ପ୍ରଥମେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ଚେନ୍ନାଇ । ଆଉ ଏଥିରେ ସଫଳ ବି ହୋଇଛି । ପଞ୍ଜାବ ପକ୍ଷରୁ କୌଣସି ବି ବ୍ୟାଟ୍ସମ୍ୟାନ ସଫଳ ବ୍ୟାଟିଂ କରିପାରିନଥିଲେ । କେବଳ ଶାହାରୁଖ ଖାନ ୪୭ ରନ କରିଥିଲେ । ଫଳରେ ପଞ୍ଜାବ ୨୦ ଓଭରରେ ୮ ୱିକେଟ ହରାଇ ୧୦୬ ରନ କରିଥିଲା । ଏହି ମ୍ୟାଚରେ ଦିପକ ଚହର ୪ ୱିକେଟ ହାସଲ କରିଛନ୍ତି ।