ମୟଙ୍କଙ୍କ ଦମଦାର ଅର୍ଦ୍ଧଶତକ । ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କଲା ପଞ୍ଜାବ ।

175

କନକ ବ୍ୟୁରୋ : ଦିଲ୍ଲୀ କ୍ୟାପିଟାଲ୍ସ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବ କିଙ୍ଗସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା ରୋମାଞ୍ଚକର ମୁକାବିଲାରେ ଟସ୍ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ପ୍ରଥମରୁ ଧିମା ବ୍ୟାଟିଂ ଆରମ୍ଭ କରିଥିଲେ ମଧ୍ୟ ଅଧିନାୟକ ମୟଙ୍କ ଅଗ୍ରୱାଲଙ୍କ ଦମଦାର ଅର୍ଦ୍ଧଶତକ ବଳରେ ଦିଲ୍ଲୀ ଆଗରେ ୧୬୭ ରନର ବିଜୟଲକ୍ଷ୍ୟ ଧାର୍ଯ୍ୟ କରିଛି ପଞ୍ଜାବ । ମୟଙ୍କ ୫୮ ବଲରୁ ୪ଟି ବିଶାଳ ଛକା ଏବଂ ୮ଟି ଚୌକା ବଳରେ ୯୯ରନର ଅପରାଜିତ ଇନିଂସ ଖେଳିଛନ୍ତି ।

ସେପଟେ ଦିଲ୍ଲୀ ପକ୍ଷରୁ କାଗିସୋ ରାବାଡା ସର୍ବାଧିକ ୩ଟି ୱିକେଟ୍ ଅକ୍ତିଆର କରିଥିବା ବେଳେ ଆଭେସ ଖାନ ଏବଂ ଅକ୍ସର ପଟେଲ୍ ଗୋଟିଏ ଲେଖାଏଁ ୱିକେଟ୍ ନେଇଛନ୍ତି । ତେବେ ଅସୁସ୍ଥ ଥିବାରୁ ଚଳିତ ସିଜିନରୁ ବାଦ ପଡିଛନ୍ତି ପଞ୍ଜାବର ଅଧିନାୟକ କେଏଲ୍ ରାହୁଲ । ରାହୁଲଙ୍କ ଅନୁପସ୍ଥିତିରେ୍ ମୟଙ୍କ ଅଗ୍ରୱାଲ ଆଜି ଦଳର ନେତୃତ୍ୱ ନେଉଛନ୍ତି ।