ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ । ୧୨୦ ରନରେ ଅଲଆଉଟ ହେଲା ପଞ୍ଜାବ କିଙ୍ଗସ । ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ 

89

କନକ ବ୍ୟୁରୋ: ଆଜିର ଆଇପିଏଲ ମ୍ୟାଚରେ ପଞ୍ଜାବର ବ୍ୟାଟିଂ ବିପର୍ଯ୍ୟୟ ଦେଖିବାକୁ ମିଳିଛି । ମାତ୍ର ୧୨୦ ରନର ଅଲଆଉଟ ହୋଇଯାଇଛି ପଞ୍ଜାବ ଦଳ । ଫଳରେ ଏହି ମ୍ୟାଚରେ ହାଇଦ୍ରାବାଦ ଆଗରେ ୧୨୧ ରନର ବିଜୟ ଲକ୍ଷ୍ୟ ରହିଛି । ହାଇଦ୍ରାବାଦକୁ ଏହି ମ୍ୟାଚ ଜିତିବାକୁ ହେଲେ ପଞ୍ଜାବ ବୋଲରଙ୍କୁ ସାମ୍ନା କରିବାକୁ ହେବ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ଦୁଇ ଓପନର ମୈଦାନକୁ ଓହ୍ଲାଇଥିଲେ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇଥିଲେ । ମୟଙ୍କ ଅଗ୍ରୱାଲ ୨୨ ଓ ଶାହାରୁଖ ଖାନ ୨୨ ରନ କରିଥିଲେ । ଫଳରେ ଦଳ ୧୯ ଓଭର ୪ଟି ବଲ ଖେଳି ୧୨୦ ରନରେ ଅଲଆଉଟ ହୋଇଯାଇଥିଲା ।