ପେଟିଏମ୍ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର ! କମ୍ପାନୀ ପକ୍ଷରୁ କରାଗଲା ଏହି ବଡ ଘୋଷଣା ।

965

କନକ ବ୍ୟୁରୋ : Paytm ବ୍ୟବହାରକାରୀଙ୍କ ପାଇଁ ବଡ ଖବର । ଇ-ୱାଲେଟ୍ କମ୍ପାନୀ ପେଟିଏମ୍ ପକ୍ଷରୁ ଜାରି କରାଯାଇଥିବା ବୟାନରେ କୁହାଯାଇଛି ଯେ, ଡିଜିଟାଲ୍ ଟ୍ରାଞ୍ଜାକସନ୍ ଉପରେ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନି । ତେବେ ଏହା ପୂର୍ବରୁ ମିଡିଆ ରିପୋର୍ଟରେ କୁହାଯାଇଥିଲା, କ୍ରେଡିଟ୍ କାର୍ଡ ଜରିଆରେ ପେମେଣ୍ଟ ପାଇଁ ୧ ପ୍ରତିଶତ, ଡେବିଟ୍ କାର୍ଡ ପେମେଣ୍ଟ ପାଇଁ ୦.୯ ପ୍ରତିଶତ ଏବଂ ନେଟ୍ ବ୍ୟାଙ୍କିଙ୍କ ଏବଂ ୟୁପିଆଇ ମାଧ୍ୟମରେ ଟ୍ରାଞ୍ଜାକସନ୍ ଉପରେ ଗ୍ରାହକଙ୍କୁ ୧୨ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବ୍ୟାଙ୍କ ଦେୟ ଦେବାକୁ ହେବ ।

କିନ୍ତୁ ଏହାକୁ ନେଇ ଏବେ ପେଟିଏମ୍ ପକ୍ଷରୁ ସଫେଇ ଦିଆଯାଇଛି ଯେ, କମ୍ପାନି ପକ୍ଷରୁ ଏଭଳି କୌଣସି ପ୍ଲାନ୍ କରାଯାଇନାହିଁ । ମିଡିଆରେ ପ୍ରକାଶିତ ହେଉଥିବା ଖବରକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛି ପେଟିଏମ୍ । ଏବଂ କମ୍ପାନି ପକ୍ଷରୁ କୁହାଯାଇଛି, ଡିଜିଟାଲ୍ ଟ୍ରାଞ୍ଜାକସନ୍ ଉପରେ ଗ୍ରାହକଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନି ।