କନକ ବ୍ୟୁରୋ: ଦିନକୁ ଦିନ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ଯୋଗୁଁ ଗ୍ରାହକଙ୍କ ଚିନ୍ତା ବଢୁଛି । କିନ୍ତୁ ଦରଦାମ୍ ବୃଦ୍ଧି ଭିତରେ ଗ୍ରାହକଙ୍କ ପାଇଁ ଆସିଛି ଏକ ଖୁସି ଖବର । ମହଙ୍ଗା ମାଡ଼ ଭିତରେ ବର୍ତ୍ତମାନ ଏକ ଘରୋଇ ଗ୍ୟାସ୍ ସିଲିଣ୍ଡର ବୁକିଂରେ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ଅଫର୍ ଆପଣ ଜିତିପାରିବେ । ଅନଲାଇନ୍ ପେମେଣ୍ଟ ଆପ୍ ପେଟିଏମ୍ ଏହି ଅଫର୍ ଗ୍ୟାସ୍ ସିଲିଣ୍ଡର ଉପଭୋକ୍ତାଙ୍କ ପାଇଁ ଆରମ୍ଭ କରିଛି । ତେବେ ଆପଣ କିପରି ଏହି ଅଫରର ଲାଭ ଉଠାଇବେ, କ’ଣ କଲେ ଚୁଟକିରେ ଆପଣଙ୍କୁ ଏତେ ଟଙ୍କାର କ୍ୟାସବ୍ୟାକ୍ ମିଳିବ, ଆସନ୍ତୁ ଜାଣିବା...

Advertisment

publive-imageକେମିତି ପାଇବେ ଏହି ଅଫର?

ଯଦି ଆପଣ ଏହି ଅଫରର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମେ ଆପଣଙ୍କୁ ମୋବାଇଲ୍ ଫୋନରେ ପେଟିଏମ୍ ଆପ୍ ଡାଉନଲୋଡ୍ କରିବାକୁ ପଡିବ । ଏହା ପରେ ଆପଣ ପଞ୍ଜିକୃତ ଗ୍ୟାସ ଏଜେନ୍ସିରୁ ସିଲିଣ୍ଡର ବୁକ୍ କରିବାକୁ ପଡିବ । ଏଥିପାଇଁ, ପେଟିଏମ୍ ଆପରେ Show more ଅପସନ୍ ଉପରେ କ୍ଲିକ୍ କରନ୍ତୁ । ତାପରେ ରିଚାର୍ଜ ଏବଂ ପେ ବିଲ୍ ଉପରେ କ୍ଲିକ୍ କରନ୍ତୁ, ଏହାପରେ Book a Cylinder ଅପ୍ସନ୍ ଦେଖାଇବ । ଏହି ଅପସନରେ ଆପଣ କ୍ଲିକ୍ କରି ଗ୍ୟାସ୍ କମ୍ପାନୀକୁ ଚୟନ କରନ୍ତୁ । ଏହାପରେ ଆପଣଙ୍କ ଏଲପିଜି ଆଇଡି କିମ୍ବା ଗ୍ୟାସ୍ କମ୍ପାନୀ ସହ ଆପଣଙ୍କ ଯେଉଁ ଫୋନ୍ ନମ୍ବର ରେଜିଷ୍ଟ୍ରେସନ୍ ଥିବ ତାହା ମଧ୍ୟ ଦେଇପାରିବେ । ନମ୍ବର ଦେବା ପରେ ପ୍ରୋସିଡ୍ ଅପସନରେ କ୍ଲିକ୍ କରନ୍ତୁ... ଆପଣ ଗ୍ୟାସ୍ ସିଲିଣ୍ଡର ବୁକିଂ କରିବାର ୨୪ ଘଣ୍ଟା ଭିତରେ ଆପଣଙ୍କୁ ଏକ କ୍ୟାସବ୍ୟାକ୍ ସ୍କ୍ରାଚ୍ କାର୍ଡ ମିଳିବ । ଯାହାକୁ ଆପଣ ୭ ଦିନ ମଧ୍ୟରେ ବ୍ୟବହାର କରିପାରିବେ ବୋଲି କମ୍ପାନୀର ନିୟମାବଳିରେ ରହିଛି ।

ଅଫର କେତେଦିନ ଯାଏଁ ବୈଦ୍ଧ?

ସବୁଠୁ ବଡ଼ କଥା ହେଲା. ଆଜିର ଦରଦାମ୍ ବୃଦ୍ଧି ଦୁନିଆରେ ପେଟିଏମ୍ ନିଜର ‘ଆପ୍’ରେ ବ୍ୟାନର ଲଗାଇ ଏହି ଅଫର ଘୋଷଣା କରିଛି । ସେହି ବ୍ୟାନରରେ ପେଟିମ୍ ସ୍ପଷ୍ଟ ଭାବରେ ଲେଖିଛି ଯେ ଯଦି ଆପଣ ପେଟିଏମ୍ ମାଧ୍ୟମରେ ଏଚପି, ଇଣ୍ଡିଆନ୍ କିମ୍ବା ଭାରତ ଗ୍ୟାସ୍ କମ୍ପାନୀର ସିଲିଣ୍ଡର ବୁକ୍ କରନ୍ତି, ତେବେ ଆପଣ ୨୭୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍ ପାଇପାରିବେ । କିନ୍ତୁ ଏଥିପାଇଁ ପେଟିଏମ ଏକ ସର୍ତ୍ତ ରଖିଛି ଯେ ଆପଣ ୩ ସିଲିଣ୍ଡର ବୁକିଂ କଲେ ଏହି ଅଫରର ଫାଇଦା ପାଇପାରିବେ । ଏହି ଅଫର କେତେ ଦିନ ପର୍ଯ୍ୟନ୍ତ ବୈଦ୍ଧ ଅଛି, ତାହା କମ୍ପାନୀ ପକ୍ଷରୁ କିଛି ସୂଚନା ମିଳିନାହିଁ । କିନ୍ତୁ ପେଟିଏମର ଉଭୟ ନୂଆ ଓ ପୁରୁଣା ଉପଭୋକ୍ତାମାନେ ଏହି ବମ୍ପର ଅଫରର ଲାଭ ଉଠାଇ ପାରିବେ ବୋଲି କମ୍ପାନୀ ଘୋଷଣା କରିଛି ।