ଉପଭୋକ୍ତାଙ୍କ ପାଇଁ ପେଟିଏମର ନୂଆ ଅଫର ! ଲଞ୍ଚ କଲା ‘ବାଏ ନାଓ ପେ ଲ୍ୟାଟର’ ଅଫର

Advertisment
ଉପଭୋକ୍ତାଙ୍କ ପାଇଁ ପେଟିଏମର ନୂଆ ଅଫର ! ଲଞ୍ଚ କଲା ‘ବାଏ ନାଓ ପେ ଲ୍ୟାଟର’ ଅଫର

source:google.com

ଉପଭୋକ୍ତାଙ୍କ ପାଇଁ ପୋଟିଏମର ଆଣିଛି ନୂଆ ଅଫର । ଏହି ଅଫର ଗୁରୁବାର ଠାରୁ ଶୁଭାରମ୍ଭ କରିଛି ଇ-କମର୍ସ କମ୍ପାନି ପେଟିଏମ । ପେଟିଏମ୍ ଗୁରୁବାର ‘ବାଏ ନାଓ ପେ ଲେଟର’ (ଏବେ କିଣନ୍ତୁ ପରେ ଟଙ୍କା ପୈଠ କରନ୍ତୁ)ର ଶୁଭାରମ୍ଭ କରିଛି। ଏହି ବିକଳ୍ପ ଦ୍ୱାରା ପେଟିଏମର ଉପଭୋକ୍ତାଙ୍କୁ ୩୦୦୦ରୁ ୧୦,୦୦୦ଟଙ୍କା ମଧ୍ୟରେ ଜିନିଷ କିଣି ୪୫ ଦିନ ମଧ୍ୟରେ ଟଙ୍କା ପୈଠ କରିବାର ସୁବିଧା ଯୋଗାଇ ଦିଆଯାଇଛି। ଏଥିପାଇଁ ସେମାନଙ୍କ ଠାରୁ କୌଣସି ସୁଧ ମଧ୍ୟ ନିଆଯିବ ନାହିଁ। ଏହାକୁ ଏକ ସର୍ଟ-ଟର୍ମ ଲୋନ୍ ବୋଲି କୁହାଯାଉଛି।

publive-imageପେଟିଏମ ସୂତ୍ରରୁ ପ୍ରକାଶ, ଏହି ଲୋନ ଉପଲବ୍ଧ କରାଇବା ପାଇଁ ଆଇସିଆଇସିଆଇ ବ୍ୟାଙ୍କ ସହିତ ହାତ ମିଳାଇଛି। କେତେ ପରିମାଣର ଲୋନ ଉପଲବ୍ଧ କରାଇ ପାରିବେ ସେ ନେଇ ଆଲୋଚନା କରିଛନ୍ତି। ତେବେ ଏହି ସୁବିଧା ସେହି ପେଟିଏମ ଉପଭୋକ୍ତା ପାଇ ପାରିବେ ଯେଉଁମାନଙ୍କର ପୂର୍ବରୁ ଆଇସିଆଇସିଆଇ ବ୍ୟାଙ୍କରେ ଆକାଉଣ୍ଟ ଅଛି। ଖୁବଶୀଘ୍ର ଏହା ନନ ଆଇସିଆଇସିଆଇ ଉପଭୋକ୍ତଙ୍କ ପାଇଁ ବି ଉପଲବ୍ଧ କରାଇ ଦିଆଯିବ। ଉପଭୋକ୍ତାଙ୍କୁ ଏଥିପାଇଁ ନିଜ ବ୍ୟାଙ୍କ ଆକାଉଣ୍ଟରେ ପାନ୍, ଆଧାରକାର୍ଡ ଓ ଅନ୍ୟ ବିବରଣୀ ପ୍ରଦାନ କରିବାକୁ ପଡ଼ିବ, ଯାହାକୁ ‘ପେଟିଏମ୍ ପୋଷ୍ଟପେଡ’ କୁହାଯାଉଛି। ଏହି ସେଟଅପ ପାଇଁ ମାତ୍ର ୨ମନିଟିର ସମୟ ଲାଗିବ। ଏହାପରେ ଗ୍ରାହକ ପେଟିଏମ ଜରିଆରେ ଜିନିଷ କ୍ରୟ କରିବା ସମୟରେ ଏହି ଖାତାକୁ ବ୍ୟବହାର କରି ପାରିବେ।

ଉପଭୋକ୍ତାଙ୍କ ରାଶି ସୀମା ସୁନିଶ୍ଚିତ ହୋଇସାରିଲା ପରେ ଆଗାମୀ ମାସର ପ୍ରଥମ ଦିନରେ ଏକ ବିଲ ପ୍ରସ୍ତୁତ କରାଯିବ। ତେବେ ଗ୍ରାହକ ଜନିଷ କିଣିବାର ୪୫ଦିନ ମଧ୍ୟରେ ଯଦି ଟଙ୍କା ପୈଠ ନକରନ୍ତି ତେବେ ପେଟିଏମ ୫୦ଟଙ୍କା ଲେଖାଏଁ ଜରିମାନା ବାବଦକୁ କାଟି ନେବା ସହ ଯେତିକି ଟଙ୍କାର କ୍ରୟ କରିଥିବେ ତାହାର ୩ପ୍ରତିଶତ ଶୁଳ୍କ ଆକାରରେ ପୈଠ କରିବାକୁ ପଡ଼ିବ। ଏହି ଜରିମାନାକୁ ଯେଉଁ ଉପଭୋକ୍ତା ଅନାଦେୟ କରନ୍ତି ତାଙ୍କର ଆଇସିଆଇସିଆଇ-ପେଟିଏମ ଆକାଉଣ୍ଟକୁ ନିଷ୍କ୍ରିୟ କରି ଦିଆଯିବ। ଏଥିସହିତ ସିଆଇବିଆଇଏଲକୁ ରିପୋର୍ଟ କରିବାକୁ ପଡ଼ିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe