ପେଟିଏମର ଭାଲେଣ୍ଟାଇନ୍ସ ଡେ ଅଫର ! ଗ୍ରାହକଙ୍କୁ ମିଳିବ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଜାଣନ୍ତୁ କିଭଳି ପାଇବେ ଫାଇଦା

Advertisment
ପେଟିଏମର ଭାଲେଣ୍ଟାଇନ୍ସ ଡେ ଅଫର ! ଗ୍ରାହକଙ୍କୁ ମିଳିବ ୨୫୦୦ ଟଙ୍କା ପର୍ଯ୍ୟନ୍ତ କ୍ୟାସବ୍ୟାକ୍, ଜାଣନ୍ତୁ କିଭଳି ପାଇବେ ଫାଇଦା

ଅନଲାଇନ ପେମେଣ୍ଟ୍ ବ୍ୟାଙ୍କ୍ ପେଟିଏମ୍ ନିଜର ଗ୍ରାହକମାନଙ୍କ ସକାଶେ ଏକ ଆକର୍ଷଣୀୟ ଅଫର୍ ଜାରି କରିଛି। ଏହି ଅଫର୍ ଜରିଆରେ ବିମାନ ଟିକେଟ୍ କ୍ଷେତ୍ରରେ ଗ୍ରାହକଙ୍କୁ ୨,୫୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ଏହି ଅଫର୍ ଜଣେ ବ୍ୟବହାରକାରୀଙ୍କୁ ଥରେ ମାତ୍ର ହିଁ ମିଳିବ। କମ୍ପାନି ପକ୍ଷରୁ ଏହି ଅଫର୍ ଭାଲେଣ୍ଟାଇନ୍ସ ଡେ ପୂର୍ବରୁ ଲାଗୁ କରାଯାଇଛି। ଏହି କ୍ୟାସବ୍ୟାକକୁ ବ୍ୟବହାର କରିବା ପାଇଁ ଗ୍ରାହକଙ୍କୁ ଫ୍ଲାଇଟ ଲଭ୍ ପ୍ରୋମୋକୋର୍ଡ ବ୍ୟବହାର କରିବାକୁ ପଡ଼ିବ। ଏହା ସହ ବ୍ୟବହାରକାରୀଙ୍କ ଫୋନ୍ ନମ୍ବର ବି ଭେରିଫାଏଡ ହେବା ଜରୁରୀ। ଏହି ଟିକେଟ୍ ବ୍ୟବହାରକାରୀ ପେଟିଏମ୍ ଆପ୍ କିମ୍ବା ୱେବସାଇଟରେ କରିପାରିବେ। ଟିକେଟ୍ କରିବାର ୨୪ ଘଣ୍ଟା ମଧ୍ୟରେ ବ୍ୟବହାରକାରୀଙ୍କ ପେଟିଏମ୍ ଓ୍ଵାଲେଟ୍କୁ ଟଙ୍କା ଫେରସ୍ତ ହୋଇଯିବ।

publive-imageପେଟିଏମ୍ ପକ୍ଷରୁ କୁହାଯାଇଛି କି ଟିକେଟ୍ କରି ତାହାକୁ କ୍ୟାନସଲ୍ କରିଦେଲେ ଆଉ କ୍ୟାସବ୍ୟାକ୍ ଅଫର୍ ଲାଗୁ ହେବ ନାହିଁ। ଜାଣିରଖନ୍ତୁ ଯେ, ୫ ହଜାର ଟଙ୍କାରେ ୧୫୦ କ୍ୟାସବ୍ୟାକ୍, ୮ ହଜାର ଟଙ୍କା ପର୍ଯ୍ୟନ୍ତ ୩୦୦ କ୍ୟାସବ୍ୟାକ୍, ୧୫ ହଜାର ପର୍ଯ୍ୟନ୍ତ ୫୦୦ କ୍ୟାସବ୍ୟାକ୍, ୨୫ ହଜାର ପର୍ଯ୍ୟନ୍ତ ୭୫୦ କ୍ୟାସବ୍ୟାକ୍, ୫୦ ହଜାର ପର୍ଯ୍ୟନ୍ତ ହଜାରେ କ୍ୟାସବ୍ୟାକ୍, ୭୫ ହଜାର ପର୍ଯ୍ୟନ୍ତ ୨ ହଜାର କ୍ୟାସବ୍ୟାକ୍ ଓ ୭୫ ହଜାରରୁ ଅଧିକ ପାଇଁ ଅଢ଼େଇ ହଜାର କ୍ୟାସବ୍ୟାକ୍ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe