‘Paytm ନୁହେଁ ଅନ୍ୟ ପ୍ଲାଟଫର୍ମର ବ୍ୟବହାର କରନ୍ତୁ’… ଆରବିଆଇର ପଦକ୍ଷେପ ପରେ ଏଭଳି କହିଲେ CAIT ରାଷ୍ଟ୍ରୀୟ ମହାସଚିବ ।

684

କନକ ବ୍ୟୁରୋ: ଗୋଟେପଟେ ଭାରତୀୟ ରିଜର୍ଭ ବ୍ୟାଙ୍କର ପଦକ୍ଷେପ ପରେ ଅନଲାଇନ୍ ପେମେଣ୍ଟଣ୍ଟ ପ୍ଲାଟଫର୍ମ ପେ ଟିଏମ ଅବସ୍ଥା ଶୋଚନୀୟ ହୋଇପଡିଲାଣି । ଣ୍ଟ କମ୍ପାନୀର ସମସ୍ୟା କମିବା ବଦଳରେ ଗୁରୁତର ହେବାରେ ଲାଗିଛି । ସେୟାର ମାର୍କେଟରେ ମଧ୍ୟ ପେଟିଏମକୁ ନିରାଶ ହେବାକୁ ପଡିଛି । ଏପରି ସମୟରେ କନଫେଡେରେସନ୍ ଅଫ୍ ଅଲ ଇଣ୍ଡିଆ ଟ୍ରେଡର୍ସ(ସିଏଆଇଟି)ର ପକ୍ଷରୁ ବ୍ୟବସାୟୀଙ୍କୁ ଆଲର୍ଟ କରିଛନ୍ତି ଏହାର ରାଷ୍ଟ୍ରୀୟ ସଚିବ । ବ୍ୟବସାୟୀକ ଲେଣଦେଣ ପାଇଁ ପେଟିଏମ ନୁହେଁ ବରଂ ଅନ୍ୟ କୌଣସି ପ୍ଲାଟଫର୍ମକୁ ବ୍ୟବହାର କରିବାକୁ ଦେଶର ନାଗରିକ ତଥା ଛୋଟ ବଡ ବ୍ୟବସାୟୀଙ୍କୁ ବାର୍ତ୍ତା ଦେଇଛନ୍ତି ସିଏଆଇଟି ରାଷ୍ଟ୍ରୀୟ ସଚିବ ପ୍ରବୀଣ ଖଣ୍ଡେଲୱାଲ ।

ସେ କହିଛନ୍ତି ଯେ, ପେଟିଏମ ଉପରେ ରିଜର୍ଭ ବ୍ୟାଙ୍କ ବ୍ୟାନ୍ ଲଗାଇବା ପରେ ବ୍ୟବସାୟୀମାନେ ନିଜ ଅର୍ଥକୁ ସୁରକ୍ଷିତ ରଖିବାକୁ ଅନ୍ୟ ପ୍ଲାଟଫର୍ମକୁ ସିଫ୍ଟ କରିବା ଉଚିତ । ନଚେତ୍ ଯେକୌଣସି ସମୟରେ ସେମାନଙ୍କୁ ଅର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିପାରେ ।