କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଫେବ୍ରୁଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ; ୩୧ ଜୁଲାଇ ଯାଏଁ ବୈଧ ରହିବ, ଫିଟନେସ, ଡିଏଲ୍ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ

କେନ୍ଦ୍ର ସରକାରଙ୍କ ବଡ ନିଷ୍ପତ୍ତି: ଫେବ୍ରୁଆରୀରେ ଅବଧି ସରିଥିବା ଗାଡ଼ି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ; ୩୧ ଜୁଲାଇ ଯାଏଁ ବୈଧ ରହିବ, ଫିଟନେସ, ଡିଏଲ୍ ଓ ପରମିଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ

କନକ ବ୍ୟୁରୋ: କରୋନା ମହାମାରୀ ଭିତରେ ଗାଡି ଚାଳକଙ୍କ ପାଇଁ ଆଶ୍ୱସ୍ତିକର ଖବର । କରୋନା ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ବଡ ନିଷ୍ପତି । ଫେବ୍ରୁଆରୀରେ ଅବଧି ସରିଥିବା ଗାଡି କାଗଜପତ୍ରର ନବୀକରଣର ଆବଶ୍ୟକତା ନାହିଁ । ବର୍ତ୍ତମାନ ପରିସ୍ଥିତିରେ ଏହା ଜୁଲାଇ ଯାଏଁ ବୈଧ ବିବେଚନା କରାଯିବ । ତେବେ ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ ଏବଂ ପରମଟ୍ କ୍ଷେତ୍ରରେ ବି ଏହି ସର୍ତ୍ତ ଲାଗୁ ହେବ ବୋଲି କେନ୍ଦ୍ର ସଡକ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ସେହିଭଳି ଯଦି ଆପଣଙ୍କର ଗାଡିର ଫିଟନେସ୍, ଡ୍ରାଇଭିଂ ଲାଇସେନ୍ସ, କିମ୍ବା ପଲ୍ୟୁସନ ଏବଂ ପରମଟର ବୈଧତା ଏହି ସମୟରେ ସରୁଛି ତେବେ ଏଥିପାଇଁ ଆପଣଙ୍କୁ ଏବେ ଆଉ କୌଣସି ପ୍ରମାଣପତ୍ରର ନବୀକରଣ କରିବାକୁ ପଡିବ ନାହିଁ । କାରଣ ଏହା ବର୍ତ୍ତମାନ ଆପଣାଛାଏଁ ଜୁଲାଇ ୩୧ ତାରିଖ ଯାଏଁ ନବୀକରଣ ହୋଇଯିବ । ଏପରିକି ବାଟରେ ଯଦି ଆପଣଙ୍କୁ କୌଣସି ଟ୍ରାଫିକ୍ ଅଧିକାରୀ ଅଟକାନ୍ତି ଗାଡି ଯାଂଚ କରନ୍ତି ଏବଂ ଏହି ସମୟରେ ଯଦି ଆପଣଙ୍କ ଗାଡିର ଡିଏଲ କିମ୍ବା ଅନ୍ୟ କୌଣସି ଗାଡି ପ୍ରମାଣପତ୍ରର ବୈଧତା ଶେଷ ହୋଇଯାଇଥିବ ତେବେ ଏଥିପାଇଁ ଆପଣଙ୍କଠାରୁ ଜରିମାନା ଆଦାୟ କରିପାରିବ ନାହିଁ ପୁଲିସ୍ । ଏନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ତେବେ କରୋନା ମୁକାବିଲା ପାଇଁ ଦେଶବ୍ୟାପୀ ଜାରି ହୋଇଥିବା ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଏଭଳି ନିଷ୍ପତି ନିଆଯାଇଛି । ଏନେଇ ପୂର୍ବରୁ ଜୁନ ୩୦ ତାରିଖ ଯାଏଁ ମଧ୍ୟ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରାଳୟ ପକ୍ଷରୁ ଘୋଷଣା କରାଯାଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Subscribe