ବିନା ସୁଧରେ ICICI ବ୍ୟାଙ୍କ ଧାର ଦେବ ଟଙ୍କା, ୩୦ ଦିନରେ ମଧ୍ୟରେ ଶୁଝିବାକୁ ପଡିବ । ଜାଣନ୍ତୁ କିଭଳି ଉଠାଇବେ ଏହାର ସୁବିଧା

50

ଯଦି ଆପଣଙ୍କୁ ହଠାତ ଟଙ୍କାର ଆବଶ୍ୟକ ପଡେ ଏବଂ ଆପଣଙ୍କ ପାଖରେ ପଇସା ନଥାଏ କିମ୍ବା କ୍ରେଡିଟ କାର୍ଡ ବ୍ୟବହାର କରୁନଥାନ୍ତି ତେବେ ଆପଣଙ୍କୁ ଉଧାର ଦେବ ଆଇସିଆଇସିଆଇ ବ୍ୟାଙ୍କ । ଏପରିକି ଦିନେ କି ଦୁଇଦିନ ନୁହେଁ ବରଂ ୩୦ ଦିନ ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଗ୍ରାହକଙ୍କୁ ଉଧାର ଦେବ ତାହା ବି ପୁଣି ବିନା ସୁଧରେ । କିନ୍ତୁ ଏଥିପାଇଁ ମଧ୍ୟ କିଛି ସର୍ତ୍ତ ରହିଛି ।

ଆଇସିଆଇସିଆଇ ବ୍ୟାଙ୍କର ୱେବସାଇଟରେ ଦିଆଯାଇଥିବା ସୂଚନା ମୁତାବିକ PayLater ଆକାଉଣ୍ଟ ଏକ ଡିଜିଟାଲ କ୍ରେଡିଟ ପ୍ରଡକ୍ଟ । ଏହା ଏକ କ୍ରେଡିଟ କାର୍ଡ ଭଳି । ଯେଉଁଥିରେ ଆପଣ ପ୍ରଥମେ ଖର୍ଚ୍ଚ କରିବେ ଓ ପରେ ଏହାର ଭରଣା କରିପାରିବେ । PayLater ରେ ୩୦ ଦିନ ପର୍ଯ୍ୟନ୍ତ ବିନା ସୁଧରେ କରଜ ମିଳିଥାଏ । ଏହି କ୍ରେଡିଟ ଦ୍ୱାରା ଆପଣ ବିଲ ଭରିପାରିବେ, ଜିନିଷ କିଣାକିଣି କରିପାରିବେ ଓ କିମ୍ବା କୌଣସି ଦୋକାନରେ ୟୁପିଆଇ ଆଇଡି ଦ୍ୱାରା ମଧ୍ୟ ପେମେଣ୍ଟ କରିପାରିବେ ।

ତେବେ ଏହି ଟଙ୍କାକୁ ଆପଣ କ୍ରେଡିଟ କାର୍ଡର ବିଲ ଭରଣା ପାଇଁ ବ୍ୟବହାର କରିପାରିବେ ନାହିଁ । ଏପରିକି ଫଣ୍ଡ ଟ୍ରାନ୍ସଫର ପାଇଁ ମଧ୍ୟ ଏହାର ବ୍ୟବହାର କରିପାରିବେ ନାହିଁ । ବ୍ୟାଙ୍କ ସୂଚନା ଅନୁଯାୟୀ, ଏହି ସୁବିଧା INVITE ONLY ଯୋଜନା ଅନୁଯାୟୀ ମିଳିବ । ଅଥାର୍ତ ଯଦି ବ୍ୟାଙ୍କକୁ ଲାଗିବ କି ଆପଣଙ୍କୁ ଏହି ସୁବିଧା ଦେବା ଆବଶ୍ୟକ ତେବେ ଏହାର ପପ୍-ଅପ ପକେଟ ୱାଲେଟ, ଆଇ ମୋବାଇଲ ଓ ଇଣ୍ଟରନେଟ ବ୍ୟାଙ୍କିଙ୍ଗ ଆପରେ ଆପଣାଛାଏଁ ଉପଲବ୍ଧ ହେବ । ତେବେ ଏହି ସୁବିଧା ପାଇବା ପରେ ଯଦି ଡେଡଲାଇନ ମଧ୍ୟରେ ପେମେଣ୍ଟ ନ ଦିଅନ୍ତି ତେବେ ନେଇଥିବା ଟଙ୍କା ଉପରେ ସୁଧ ଲାଗୁ ହେବ । ଏହି ସୁଧ ସେତେବେଳ ଯାଏଁ ଲାଗୁ ହେବ ଯେତେ ପର୍ଯ୍ୟନ୍ତ ଆପଣ କରଜ ନେଇଥିବା ଟଙ୍କା ନ ଫେରାଇଛନ୍ତି ।

PayLater ଆକାଉଣ୍ଟରେ ଗ୍ରାହକଙ୍କୁ ୧୦ ହଜାରରୁ ୨୫ ହଜାର ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ ମିଳିଥାଏ । ତେବେ ଗ୍ରାହକଙ୍କୁ କେତେ ଟଙ୍କା ମିଳିବା ଆବଶ୍ୟକ ତାହା ବ୍ୟାଙ୍କ ଉପରେ ନିର୍ଭର କରିବ । ଯେଉଁ ବାକି ରାଶି ଗ୍ରାହକ PayLater ଆକାଉଣ୍ଟରୁ ନେଇଥିବେ ତାହା ନିର୍ଦ୍ଧାରିତ ତାରିଖରେ ଆପଣାଛାଏଁ ବ୍ୟାଙ୍କ ଆକାଉଣ୍ଟରୁ କଟିଯିବ । କିନ୍ତୁ ଯଦି ଆକାଉଣ୍ଟରେ ଟଙ୍କା ନଥିବ ତେବେ ବିଳମ୍ବରେ ପେମେଣ୍ଟ ପାଇଁ ଆପଣଙ୍କୁ ଅଧିକ ଶୁଳ୍କ ଦେବାକୁ ପଡିବ ।