ଅନଲାଇନ୍ ପେମେଣ୍ଟ୍ ଆପ୍ ଜରିଆରେ ଠକେଇର ଅନେକ ଘଟଣା ଦେଖିବାକୁ ମିଳୁଛି । ତେବେ ନିକଟରେ ମୁମ୍ବାଇର ଜଣେ ଗୁଗୁଲ୍ ପେ ୟୁଜର୍ ଙ୍କୁ ଏଥିପାଇଁ ବଡ଼ ଧରଣର ଠକେଇ ସହିବାକୁ ପଡିଛି । ବ୍ୟକ୍ତି ଜଣକ ବିଜୁଳୀ ବିଲ୍ ପଇଠ କଲାବେଳେ ତାଙ୍କ ଆକାଉଣ୍ଟ୍ ରୁ ହଠାତ୍ ୯୬ ହଜାର ଟଙ୍କା ଉଡିଯାଇଛି । ଏହି ସମୟରେ ତାଙ୍କୁ ପେମେଣ୍ଟ୍ ଆପରେ ଟ୍ରାଞ୍ଜାକ୍ସନ୍ ଫେଲ୍ ର ମେସେଜ୍ ମିଳିଥିଲା ।  trak.in ର ରିପୋର୍ଟ ଅନୁସାରେ , ଏହି ବ୍ୟକ୍ତିଜଣକ ଗୁଗୁଲ୍ ଡଟ୍ କମ୍ ରେ ଗୁଗୁଲ୍ ପେ କଷ୍ଟମର କେୟାର୍ ନମ୍ବରରେ ସର୍ଚ୍ଚ କରୁଥିଲେ । ସର୍ଚ୍ଚ କରିବା ପରେ ନକଲି ନମ୍ବରରେ ଯେତେବେଳେ ବ୍ୟକ୍ତିଜଣକ କଲ୍ କରିଥିଲେ ତାଙ୍କୁ ଏହା ଏକ ସାଧାରଣ କଥା କହି ନକଲି ଏକ୍ସେକ୍ୟୁଟିଭ୍ ଏକ ଲିଙ୍କ୍ ରେ କ୍ଲିକ୍ କରିବାକୁ କହିଥିଲେ ଯାହାପରେ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୯୬ ହଜାର ଟଙ୍କା ଅଜଣା ବ୍ୟକ୍ତିଙ୍କ ଖାତାକୁ ଚାଲିଯାଇଥିଲା । ଏହି ଟଙ୍କା ୟୁଜର୍ ଙ୍କ ସେହି ବ୍ୟାଙ୍କ୍ ଆକାଉଣ୍ଟ୍ ରୁ ଟ୍ରାନ୍ସଫର୍ ହେଲା ଯେଉଁଥିରେ ଗୁଗୁଲ୍ ପେ’ ଲିଙ୍କ୍ ଥିଲା ।

Advertisment

publive-image

ଗତ କିଛି ମାସ ଧରି କଷ୍ଟମର୍ କେୟାର୍ ନମ୍ବରରେ ଠକେଇର ଅନେକ ମାମଲା ସାମ୍ନାକୁ ଆସିଛି । ଜୁଲାଇ ୨୦୧୮ ରେ ଜଣେ ୟୁଜର୍ ଙ୍କୁ ଫୁଡ୍ ଆପ୍ ରୁ ଖାଦ୍ୟ ଅର୍ଡର କରିବା ଦ୍ୱାରା ୨.୨ ଲକ୍ଷ ଟଙ୍କାର ଠକେଇ ସହ୍ୟ କରିବାକୁ ପଡିଥିଲା । ଓଟିପି  କହିବାର କିଛି ସମୟ ପରେ ଯେତେବେଳେ ବ୍ୟକ୍ତିଜଣକ ଫୋନ୍ ଚେକ୍ କଲେ ତାଙ୍କ ଖାତାରୁ ୨.୨ ଲକ୍ଷ ଟଙ୍କା ଟ୍ରାନ୍ସଫର୍ ହୋଇଥିବା ମେସେଜ୍ ମିଳିଥିଲା । ଏମିତିକି ବାଙ୍ଗାଲୋରରୁ ମଧ୍ୟ ସ୍ୱିଗିରୁ ଖାଦ୍ୟ ଅର୍ଡର କରୁଥିବା ବେଳେ ଜଣେ ମହିଳାଙ୍କ ଆକାଉଣ୍ଟରୁ ୯୫ ହଜାର ଟଙ୍କାର ଠକେଇ ହୋଇଥିଲା ।

publive-image

କିଭଳି ବଂଚିବେ ଏହି ଠକେଇରୁ : 

୧ . କଷ୍ଟମର୍ କେୟାର୍ ଏକ୍ସେକ୍ୟୁଟିଭ୍ କୁ ଧ୍ୟାନରୁ ସହିତ ଶୁଣନ୍ତୁ : 

ସାଧାରଣତଃ ଏଭଳି ନକଲି କଲ୍ ଜାଲିଜାତି କରୁଥିବା ଠକ ମାନେ କରିଥାନ୍ତିି । ତାଙ୍କ କଥାବାର୍ତ୍ତା କରିବା ଶୈଳୀ ପ୍ରଫେସନାଲ୍ ବ୍ୟାଙ୍କରଙ୍କ ଭଳି ହୋଇଥାଏ । ଯଦି ରିସିଭ୍ କରିଥିବା କଲ୍ ରେ ଆପଣଙ୍କୁ କୌଣସି ସନ୍ଦେହ ଆସୁଛି ତେବେ ଆପଣ ତାଙ୍କୁ ବ୍ୟାଙ୍କ୍ ସମ୍ଭନ୍ଧୀୟ ପ୍ରଶ୍ନ ପଚାରି ପାରିବେ । ଯାହାଦ୍ୱାରା ସେ ବିରକ୍ତ ହୋଇ ନିଜ ପଟୁ ହିଁ କଲ୍ କାଟିଦେବେ ।

୨ . ଭୁଲ୍ କରି ବି ଡିଟେଲ୍ସ ଦିଅନ୍ତୁ ନାହିଁ : 

ନିଜକୁ  ଅସଲି ବ୍ୟାଙ୍କ୍ କର୍ମଚାରୀ ସାବ୍ୟସ୍ତ କରିବା ପାଇଁ ଏହି ଠକମାନେ ଆପଣଙ୍କୁ ଜନ୍ମତିଥି , ନାଁ , ମୋବାଇଲ୍ ନମ୍ବର ମାଗିବେ । କିନ୍ତୁ ଆପଣଙ୍କୁ ଯଦି କିଛି ବି ସନ୍ଦେହ ହେଉଛି ତେବେ ଭୁଲ୍ କରି ବି ଡିଟେଲ୍ସ ଦିଅନ୍ତୁ ନାହିଁ ।

୩ . ଡରାଇବାରେ ଓସ୍ତାଦ୍ ଏହି ଠକ : 

ଏହି ଠକମାନେ ଗ୍ରାହକଙ୍କୁ ବିଭିନ୍ନ ତରିକାରେ ଡରାଇବାକୁ ଚେଷ୍ଟା କରିବେ । ଯେଭଳି ଡେବିଟ୍ କିମ୍ବା କ୍ରେଡିଟ୍ କାର୍ଡ କିମ୍ବା ମୋବାଇଲ୍ ବ୍ୟାଙ୍କିଙ୍ଗ୍ ଭଳି ସେବାକୁ ବ୍ଲକ୍ କରିବା ଭଳି ଡର ଦେଖାଇଥାନ୍ତି । ତେବେ ଏଭଳି କଥାରେ ବିଚଳିତ ନହୋଇ ବୁଦ୍ଧିମାନର ସହ କାମ କଲେ ଠକାମୀରୁ ବଂଚିପାରିବେ ।

୪ . କୌଣସି ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ :

ଏହି କଲ୍ ଜରିଆରେ ଠକମାନେ ଯେଉଁଭଳି ଭାବରେ ବି ଗ୍ରାହକଙ୍କ ଫୋନ୍ ରେ ଡିଭାଇସ୍ କଣ୍ଟ୍ରୋଲ୍ ଆପ୍ AnyDesk ଡାଉନଲୋଡ୍ କରାଇବାକୁ ଚେଷ୍ଟା କରିବେ । ଏହି ଆପ୍ ରୁ ଦୂରେଇ ରୁହନ୍ତୁ । ଆପ୍ ର ୯ ଅଙ୍କ ଥିବା କୋଡ୍ କେବେ ଦିଅନ୍ତୁ ନାହିଁ ।