ଡାକ୍ତରୀ ଛାତ୍ରୀ ପାୟଲଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧାହେଲେ ୩ ସିନିୟର୍ ଡାକ୍ତର ! ଜାତିଆଣ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିଲେ ପାୟଲ୍

ଡାକ୍ତରୀ ଛାତ୍ରୀ ପାୟଲଙ୍କ ଆତ୍ମହତ୍ୟା ଘଟଣାରେ ବନ୍ଧାହେଲେ ୩ ସିନିୟର୍ ଡାକ୍ତର ! ଜାତିଆଣ ନିର୍ଯାତନା ଯୋଗୁଁ ଆତ୍ମହତ୍ୟା କରିଥିଲେ ପାୟଲ୍

ସରକାରଙ୍କ ଦ୍ୱାରା ପରିଚାଳିତ ମୁମ୍ବାଇର ବିୱାଇଏଲ୍ ନାୟର ହସପିଟାଲର ଛାତ୍ରୀନିବାସରେ ସଂରକ୍ଷିତ ବର୍ଗର ମହିଳା ଡାକ୍ତର ପାୟଲ ତଡ଼ଭିଙ୍କ ଆତ୍ମହତ୍ୟା ମାମଲାରେ ୩ ଜଣ ଡାକ୍ତରଙ୍କୁ ଗିରଫ କରାଯାଇଛି। ସେମାନଙ୍କୁ ପୁଲିସ ହାଜତରେ ଏବେ ଜେରା ଚାଲିଛି। ପାୟଲଙ୍କୁ ନିର‌୍ୟାତନା ଦେଇଥିବା ଅଭିଯୋଗରେ ତାଙ୍କର ସିନିୟର୍ ଭକ୍ତି ମେହରେଙ୍କୁ ପଚରାଉଚରା କରାଯାଇ ମଙ୍ଗଳବାର ଗିରଫ କରାଯାଇଥିଲା। ଏଥିରେ ସମ୍ପୃକ୍ତ ଥିବା ଅନ୍ୟ ଦୁଇ ଡାକ୍ତର ହେମା ଆହୁଜା ଏବଂ ଅଙ୍କିତା ଖଣ୍ଡେଲୱାଲଙ୍କୁ ବୁଧବାର ସକାଳୁ ଗିରଫ କରାଯାଇଛି। ତେବେ ଗିରଫ ହୋଇଥିବା ୩ ଜଣ ଡାକ୍ତର ତାଙ୍କ ବିରୋଧରେ ଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେମାନେ ଡାକ୍ତର ସଂଘକୁ ଚିଠି ଲେଖି ଏହି ମାମଲାରେ ଉପଯୁକ୍ତ ତଦନ୍ତ କରାଯାଇ ନ୍ୟାୟ ଦେବାକୁ ଅନୁରୋଧ କରିଛନ୍ତି।

publive-image

ଅନ୍ୟପକ୍ଷେ ପାୟଲଙ୍କ ସ୍ୱାମୀ ସଲମାନ୍ କହିଛନ୍ତି, ପୁଲିସ ସହଯୋଗ କରୁନଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରନ୍ତୁ। ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି, ପାୟଲଙ୍କୁ ସମ୍ପୃକ୍ତ ତିନି ଜଣ ଡାକ୍ତର ହତ୍ୟା କାରିଥିବା ସମ୍ଭାବନା ମଧ୍ୟ ରହିଛି। ତଦନ୍ତକାରୀ ପୁଲିସ ଅଧିକାରୀ ପାୟଲଙ୍କ ଗୁପ୍ତାଙ୍ଗରେ କ୍ଷତ ଚିହ୍ନ ଥିବା ସୂଚନା ଦେଇଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି। ପାୟଲ ତାଙ୍କ ସିନିୟରଙ୍କ ଦ୍ୱାରା ଜାତିଆଣ ନିର‌୍ୟାତନା ଦିଆଯାଉଥିବା ହସପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ମଧ୍ୟ କୌଣସି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବାରୁ ପାୟଲ୍ ଆତ୍ମହତ୍ୟା କରିଥିଲେ ବୋଲି ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe