ବଢୁଛି ଅନୁରାଗଙ୍କ ଅଡୁଆ: ଫିଲ୍ମ ନିର୍ଦ୍ଦେଶକଙ୍କ ନାଁରେ ‘ମିଠୁ’ ଅଭିଯୋଗ ଲଢ଼େଇକୁ ଜରୋଦାର କଲେ ପାୟଲ ଘୋଷ ।

115

କନକ ବ୍ୟୁରୋ: ବଲିଉଡ ନିର୍ଦ୍ଦେଶକ ଅନୁରାଗ୍ୟ କଶ୍ୟପଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣିଥିବା । ପାୟଲ ଘୋଷ ଆଜି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ ଜି କିଷନ ରେଡ୍ଡୀଙ୍କୁ ଭେଟିଛନ୍ତି । ଗତକାଲି ଜାତୀୟ ମହିଳା କମିସନଙ୍କୁ ଭେଟି ନିଜ ଅଭିଯୋଗ ଜଣାଇଥିଲେ ପାୟଲ । ଯୌନ ଶୋଷଣ ଭଳି ସଙ୍ଗୀନ ଅଭିଯୋଗ ସତ୍ୱେ କିପରି ଜଣେ ଅଭିଯୁକ୍ତ ଖୁଲମ ଖୁଲା ବୁଲାବୁଲି କରୁଛି । ଏହାକୁ ନେଇ ସେ ମୁମ୍ବାଇ ପୁଲିସର ତଦନ୍ତ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଜି କିଷାନ ରେଡ୍ଡୀଙ୍କୁ ଭେଟି ପାୟଲ ଘୋଷ ମାମଲାରେ ହସ୍ତକ୍ଷେପ ଲୋଡିଛନ୍ତି ।

ତେବେ ଗତ କିଛି ଦିନ ହେବ ବଲିଉଡ ଡ୍ରଗ୍ସ ଲିଙ୍କ୍ ଛନ୍ଦି ହୋଇପଡ଼ିଥିବାବେଳେ ଏବେ ମିଠୁ ଭଳି ସାଂଘାତିକ ଦାଗ ପୁଣି ହଟଚମଟ ସୃଷ୍ଟି କରିଛି । ବଲିଉଡ ଫିଲ୍ମ ନିର୍ଦ୍ଦେଶକ ଅନୁରାଗ କଷ୍ୟପଙ୍କ ବିରୋଧରେ ପାୟଲ ଘୋଷ ଯୌନ ନିର୍ଯ୍ୟାତନା ଆଣିବା ପରେ ଆରମ୍ଭ ହୋଇଛି ଆଉ ଏକ ନୂଆ ବିବାଦ ।