କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଦୁଇ ବର୍ଷ ପରେ କରୋନା କଟକଣା ହଟିଥିବାରୁ ଦୀପାବଳି ଧୁମଧାମରେ ପାଳିତ ହେଉଛି । ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି । ଆଜି ହେଉଛି କାର୍ତିକ ମାସର ଅମାବାସ୍ୟା ତିଥି । ଆଜିର ତିଥିରେ ପୟା ଶ୍ରାଦ୍ଧ ପଡ଼େ । ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡକାଯାଏ ।

Advertisment

ଯେଉଁମାନେ ବର୍ଷକ ଯାକ ନିଜ ପିତୃପୁରୁଷଙ୍କୁ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରିଥାନ୍ତି । ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି । ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି । ଏଥିପାଇଁ ଶ୍ରୀମନ୍ଦିର ନୀତିକାନ୍ତିକୁ ଶୃଙ୍ଖଳିତ କରାଯିବା ସହ ଦର୍ଶନ ବ୍ୟବସ୍ଥାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି ।