କନକ ବ୍ୟୁରୋ: ଭାରତୀୟ କ୍ରିକେଟରଙ୍କ ପାଇଁ ଆସିଲା ଖୁସି ଖବର। ବିସିସିଆଇ କଲା ବଡ଼ ଘୋଷଣା । କରୋନା କାଳରେ ଭାରତୀୟ ଘରୋଇ କ୍ରିକେଟରଙ୍କ ପାରିଶ୍ରମିକ ବଢାଇଛି ବିସିସିଆଇ । ଏଣିକି ବରିଷ୍ଠ ଘରୋଇ କ୍ରିକେଟରଙ୍କ ପାଇଁ ପ୍ରତି ମ୍ୟାଚ୍ ପିଛା ପାରିଶ୍ରମିକ ୬୦ ହଜାର ଟଙ୍କା ଘୋଷଣା କରିଛି ବୋର୍ଡ । କିନ୍ତୁ ଏହି ବରିଷ୍ଠ ଖେଳାଳି ସର୍ବନିମ୍ନ ୪୦ଟି ମ୍ୟାଚ୍ ଖେଳିଥିବା ଆବଶ୍ୟକ ।
ସେହିଭଳି ୨୩ ବର୍ଷରୁ କମ ଘରୋଇ କ୍ରିକେଟର ଓ ୧୯ ବର୍ଷରୁ କମ ଘରୋଇ କ୍ରିକେଟରଙ୍କ ପାଇଁ ମ୍ୟାଚ୍ ପିଛା ପାରିଶ୍ରମିକ ଯଥାକ୍ରମେ ୨୫ ହଜାର ଓ ୨୦ ହଜାର ଟଙ୍କା ମିଳିବ ବୋଲି ଘୋଷଣା କରିଛି ବୋର୍ଡ । ଦୁବାଇରେ ବସିଥିବା ବିସିସିଆଇର ବୈଠକରେ ଏନେଇ ନିଷ୍ପତ୍ତି ନିଆଯାଇଛି । ବିସିସିଆଇ ସମ୍ପାଦକ ଜୟ ଶାହା ଟ୍ୱିଟ କରିଛନ୍ତି ଯେ, ଯେଉଁ ଖେଳାଳି ୨୦୧୯-୨୦ ସିଜିନରେ ଘରୋଇ କ୍ରିକେଟରେ ଭାଗ ନେଇଥିଲେ ସେମାନଙ୍କୁ ଅତିରିକ୍ତ ୫୦ ପ୍ରତିଶତ ମ୍ୟାଚ୍ ପାରିଶ୍ରମିକ ଦିଆଯିବ । କାରଣ କରୋନା ପାଇଁ ୨୦୨୦-୨୧ ଘରୋଇ କ୍ରିକେଟ ସିଜିନକୁ ପୂରା ରଦ୍ଦ କରିଥିଲା ବିସିସିଆଇ ।
ତେବେ ଭାରତୀୟ ଘରୋଇ କ୍ରିକେଟରଙ୍କୁ ରଣଜୀ ଟ୍ରଫି ଭଳି ମ୍ୟାଚ୍ ପିଛା ୩୫ ହଜାର ଟଙ୍କା ମିଳୁଥିଲା । ସେହିଭଳି ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ମ୍ୟାଚ୍ ପାଇଁ ୧୭,୫୦୦ ଟଙ୍କା ମିଳୁଥିଲା । କିନ୍ତୁ ଏବେ ମ୍ୟାଚ୍ ପିଛା ୨୫ ପ୍ରତିଶତ ପାରିଶ୍ରମିକ ବଢାଇ ଦେଇଛି ବିସିସିଆଇ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/09/Good-news-for-domestic-cricketers-BCCI-announces-increase-in-match-660x375-1.jpeg)