ସବୁଠାରୁ ବିଶ୍ୱସ୍ଥ ପଶୁ ଭାବରେ ଜଣାଶୁଣା କୁକୁରକୁ ଘରେ ପାଳିବାକୁ ସମସ୍ତେ ଚାହାଁନ୍ତି । କିନ୍ତୁ ଏହି କୁକୁର ପାଳିବା ନିଶାରେ ଯେ ଖୁବଶୀଘ୍ର ଲାଇସେନ୍ସ ଲାଗିବାକୁ ଯାଉଛି ତାହା କ’ଣ ଆପଣ ଜାଣିଛନ୍ତି ? ଆଜ୍ଞା ହଁ , ବାଇକ୍ କିମ୍ବା କାର୍ କିଣିଲା ଚଲାଇଲା ବେଳେ ଯେଭଳି ଲାଇସେନ୍ସ ଦରକାର ଏବେ ଠିକ୍ ସେମିତି କୁକୁର ପାଳିବା ପାଇଁ ମଧ୍ୟ ଲାଇସେନ୍ସ କରିବାକୁ ପଡିବ । କୁକୁର ପାଳିବା ପାଇଁ ଲାଇସେନ୍ସ କରିବାର ଏହି ନିଷ୍ପତ୍ତି ଉତ୍ତରପ୍ରଦେଶର ଗାଜିୟାବାଦ୍ ଠାରୁ ଆରମ୍ଭ ହୋଇଛି । ଏଠାରେ କୁକୁର ସୌଖିନ ଲୋକମାନଙ୍କୁ ଏବେ ଘରେ କୁକୁର ପାଳିବାକୁ ହେଲେ ନଗର ନିଗମକୁ ଫିସ୍ ଦେଇ ଲାଇସେନ୍ସ କରିବାକୁ ପଡିବ ।
ଏବେ କୁକୁର ପାଇଁ ଲାଇସେନ୍ସ କରିବାକୁ ହେଲେ ଗାଜିୟାବାଦ୍ ଲୋକଙ୍କୁ ୫ ହଜାର ଟଙ୍କା ନଗର ନିଗମରେ ଜମା କରାଇବାକୁ ପଡିବ । ଏହି ଲାଇସେନ୍ସ ରହିବା ପରେ ହିଁ ଗାଜିୟାବାଦ୍ ଲୋକେ ନିଜ ମନପସନ୍ଦର କୁକୁର ପାଳିବାକୁ ସ୍ୱୀକୃତି ପାଇବେ । କେବଳ ଏତିକି ନୁହଁ ଲାଇସେନ୍ସ ନେବା ପରେ ଯଦି କୁକୁର ପାର୍କ କିମ୍ବା ସଡକରେ ଅଳିଆ ଆବର୍ଜନା କରୁଥିବା ନଜର ଆସେ ତେବେ କୁକୁରର ମାଲିକ ଉପରେ ୫୦୦ ଟଙ୍କାର ଜରିମାନା ଲାଗିବ, ଯଦି ଏଥିପାଇଁ ମାଲିକ ମନା କରନ୍ତି ତେବେ ତାଙ୍କ ନାଁରେ ଥାନାରେ ଏତଲା ମଧ୍ୟ ଦିଆଯିବ । ଆପଣଙ୍କୁ କହିରଖୁଛୁ ମୋଟର ହ୍ୱିକଲ୍ ଆକ୍ଟରେ ପରିବର୍ତ୍ତନ ହେବା ପରେ ଆରଟିଓ ଅଫିସରେ ଲାଇସେନ୍ସ କରିବା ପାଇଁ ଲୋକମାନେ ନାହିନଥିବା ଭିଡ ଲଗାଉଛନ୍ତି । ବର୍ତ୍ତମାନ କୁକୁର ପାଇଁ ହୋଇଥିବା ଏହି ନୂଆ ନିୟମରେ ଲୋକମାନଙ୍କୁ କେତେ ସରକାରୀ ଅଫିସର ଚକ୍କର କାଟିବାକୁ ପଡୁଛି ତାହା ଦେଖିବାକୁ ବାକି ରହିଲା ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2019/09/DOG.jpg)
/kanak/media/post_attachments/wp-content/uploads/2019/09/dog-owner.1.309696-300x169.jpg)