କନକ ବ୍ୟୁରୋ : ସରକାରୀ ବିଜ୍ଞାପନରେ ଦଳୀୟ ପ୍ରଚାର । ଆମ୍ ଆଦମୀ ପାର୍ଟିକୁ ୧୬୪ କୋଟି ଟଙ୍କାର ନୋଟିସ । ବିଜ୍ଞାପନ ବାବଦରେ ହୋଇଥିବା ଖର୍ଚ୍ଚ ଓ ଏହାର ସୁଧକୁ ମିଶାଇ ଆପ୍କୁ ୧୦ ଦିନ ଭିତରେ ୧୬୩.୬୨ କୋଟି ଟଙ୍କା ଦେବାକୁ ନୋଟିସ । ୧୦ ଦିନ ଭିତରେ ଟଙ୍କା ପୈଠ କରିବାକୁ ଡିଆଇପି ନିର୍ଦ୍ଦେଶ ଦେଇଛି । ଟଙ୍କା ପୈଠ ନ କଲେ ଦଳର ସମ୍ପତି ଆଟାଚ ହେବା ସହିତ ଆବଶ୍ୟକ ହେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।

Advertisment

ଗତ ମାସରେ ଉପ ରାଜ୍ୟପାଳ ଭିକେ ସକ୍ସେନା ସରକାରୀ ବିଜ୍ଞାପନ ଆଳରେ ଆପ୍ ନିଜର ରାଜନୀତିକ ପ୍ରଚାର କରୁଥିବା ଅଭିଯୋଗ ଲଗାଇଥିଲେ । ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ୨୦୧୫-୧୬ରେ ବିଜ୍ଞାପନ ପାଇଁ ଖର୍ଚ୍ଚ ହୋଇଥିବା ସରକାରୀ ଟଙ୍କା ଆପ୍ ଠାରୁ ଆଦେୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଏହାପରେ ଆପ୍ ଠାରୁ ୯୭ କୋଟି ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରେ ଡିଆଇପି ପକ୍ଷରୁ ନୋଟିସ କରାଯାଇଛି ।