ବିଶିଷ୍ଟ ଶିଳ୍ପପତି ପବନ ରୁଇୟାଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ସିଆଇଡି

22

କନକ ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ତଥା ରୁଇଆ ଗ୍ରୁପ ମୁଖ୍ୟ ପବନ ରୁଇଆଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ସିଆଇଡି । ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି  । ପବନଙ୍କ ନାଁରେ ଧାରା ୪୨୦, ୪୦୬ ଏବଂ ୪୦୯ ଅଧିନରେ ମାମଲା ରୁଜୁ କରାଯାଇଛି  । ଗତ ମାସରେ କୋଲକାତାର ଦମଦମ ସ୍ଥିତ ଜେସୋପ ଫ୍ୟାକ୍ଟ୍ରି ପରିସରରୁ ୫୦କୋଟି ଟଙ୍କାର କୋଚ୍ ସମତେ ବିିଭିନ୍ନ ଯନ୍ତ୍ରାଂଶ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି ।

ଏନେଇ ଗତମାସ ରେଳବାଇ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ସିଆଇଡି ରୁଇଆଙ୍କୁ ୪ଥର ସମନ ଜାରି କରିଥିଲା । ଏହି ଫ୍ୟାକ୍ଟ୍ରିରେ ଗତ ଅକ୍ଟୋବର ମାସରେ ନିଆଁ ଲାଗିବା ଘଟଣାକୁ ମଧ୍ୟ ବିଚାରକୁ ନେଇଥିଲା ସିଆଇଡି । ଚୋରୀ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହା ମାମଲା ବିରୋଧରେ ରୁଇଆ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।

ତେବେ ଏଥିରେ ରହିିତାଦେଶ ଜାରି କରିବା ପାଇଁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ । ଏହାସହ ତଦନ୍ତରେ ସହାୟତା କରିବାକୁ ରୁଇଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନାଁରେ ହୋଇଥିବା ମାମଲାକୁ ଉଠାଇ ନେବା ସହ ସେ ଜେସୋପ ଫ୍ୟାକ୍ଟ୍ରିର ଅଧ୍ୟକ୍ଷ ନୁହନ୍ତି ବୋଲି ପକ୍ଷ ରଖିଥିଲେ । ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଏକ ଷଡଯନ୍ତ୍ର ବୋଲି ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ସରକାର ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ  ।