କନକ ବ୍ୟୁରୋ : ବିଶିଷ୍ଟ ଶିଳ୍ପପତି ତଥା ରୁଇଆ ଗ୍ରୁପ ମୁଖ୍ୟ ପବନ ରୁଇଆଙ୍କୁ ଗିରଫ କରିଛି ପଶ୍ଚିମବଙ୍ଗ ସିଆଇଡି । ତାଙ୍କ ଦିଲ୍ଲୀ ସ୍ଥିତ ବାସଭବନରୁ ତାଙ୍କୁ ଗିରଫ କରାଯାଇଛି । ପବନଙ୍କ ନାଁରେ ଧାରା ୪୨୦, ୪୦୬ ଏବଂ ୪୦୯ ଅଧିନରେ ମାମଲା ରୁଜୁ କରାଯାଇଛି । ଗତ ମାସରେ କୋଲକାତାର ଦମଦମ ସ୍ଥିତ ଜେସୋପ ଫ୍ୟାକ୍ଟ୍ରି ପରିସରରୁ ୫୦କୋଟି ଟଙ୍କାର କୋଚ୍ ସମତେ ବିିଭିନ୍ନ ଯନ୍ତ୍ରାଂଶ ହେରଫେର ମାମଲାରେ ତାଙ୍କୁ ଗିରଫ କରାଯାଇଛି ।
ଏନେଇ ଗତମାସ ରେଳବାଇ ପକ୍ଷରୁ ମାମଲା ଦାୟର କରାଯାଇଥିଲା । ଏହି ମାମଲାରେ ସିଆଇଡି ରୁଇଆଙ୍କୁ ୪ଥର ସମନ ଜାରି କରିଥିଲା । ଏହି ଫ୍ୟାକ୍ଟ୍ରିରେ ଗତ ଅକ୍ଟୋବର ମାସରେ ନିଆଁ ଲାଗିବା ଘଟଣାକୁ ମଧ୍ୟ ବିଚାରକୁ ନେଇଥିଲା ସିଆଇଡି । ଚୋରୀ ମାମଲାର ତଦନ୍ତ ପାଇଁ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା । ଏହା ମାମଲା ବିରୋଧରେ ରୁଇଆ କୋଲକାତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।
ତେବେ ଏଥିରେ ରହିିତାଦେଶ ଜାରି କରିବା ପାଇଁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଥିଲେ । ଏହାସହ ତଦନ୍ତରେ ସହାୟତା କରିବାକୁ ରୁଇଆଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତାଙ୍କ ନାଁରେ ହୋଇଥିବା ମାମଲାକୁ ଉଠାଇ ନେବା ସହ ସେ ଜେସୋପ ଫ୍ୟାକ୍ଟ୍ରିର ଅଧ୍ୟକ୍ଷ ନୁହନ୍ତି ବୋଲି ପକ୍ଷ ରଖିଥିଲେ । ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ଏକ ଷଡଯନ୍ତ୍ର ବୋଲି ଜଣେ ପୂର୍ବତନ କର୍ମଚାରୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ପଶ୍ଚିମବଙ୍ଗ ସରକାର ସିଆଇଡି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/12/Screen-shot-2016-12-11-at-9.46.14-AM.png)